‘ଲାଲୁ ଯାଦବ ଙ୍କ ଘରେ ‘ସାପ’ ପ୍ରବେଶ କଲା’ : ଗିରିରାଜ ସିଂ

23

ପାଟନା : ବିହାର ରାଜନୀତିରେ ଦେଖାଦେଇଛି ପଟ ପରିବର୍ତନ I ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହିତ ମେଣ୍ଟ ଭାଙ୍ଗି ଆର୍‌ଜେଡି ସହ ମିଶି ଆଉ ଥରେ ସରକାର ଗଠନ କରିବାକୁ ଯାଉଛନ୍ତି I ତାଙ୍କର ଏହି ପଟ ପରିବର୍ତ୍ତନକୁ ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂ ଆରଜେଡି ମୁଖ୍ୟ ଲାଲୁ ଯାଦବ ଙ୍କୁ ୫ ବର୍ଷ ତଳର ତାଙ୍କ ପୁରୁଣା କଥା ମନେପକାଇ ଦେଇଛନ୍ତି I ଗିରିରାଜ ସିଂ କହିଛନ୍ତିଲାଲୁ ପ୍ରସାଦ ଯାଦବଙ୍କ ଉଦ୍ଦଶ୍ୟରେ ଲେଖିଛନ୍ତି– ସାପ, ଆପଣଙ୍କ ଘରକୁ ପଶିଗଲା। ଏହା ଲେଖିବା ପଛର କାରଣ ହେଉଛି ୨୦୧୭ ମସିହାରେ ନୀତିଶ କୁମାରଙ୍କୁ ସାପ କହି ସମାଲୋଚନା କରିଥିଲେ ଲାଲୁ ଯାଦବ। ଯେତେବେଳେ ନୀତିଶ କୁମାର, ମହାଗଠବନ୍ଧନ ସହ ମେଣ୍ଟ ଭାଙ୍ଗିଥିଲେ, ସେତେବେଳେ ଆରଜେଡି ନେତା ଲାଲୁ ଯାଦବ ଟ୍ୱିଟ୍‌ କରି ଲେଖିଥିଲେ ନୀତିଶ ହେଉଛନ୍ତି ସାପ। ସାପ ଯେମିତି କାତି ଛାଡ଼େ, ନୀତିଶ ସେମିତି କାତି ଛାଡ଼ିଲା ଭଳି ପ୍ରତି ୨ବର୍ଷରେ ନୂଆ ଚମଡ଼ା ଧାରଣ କରି ନିଅନ୍ତି। ଏଥିରେ ସନ୍ଦେହ ନାହିଁ। ମେଣ୍ଟ ଭାଙ୍ଗିବା ପରେ ଲାଲୁ କରିଥିବା ଏହି ଟ୍ୱିଟ୍‌କୁ ପୁଣି ଥରେ ରି-ଟ୍ୱିଟ୍‌ କରି ଗିରିରାଜ୍ ସିଂ ଲେଖିଛନ୍ତି– ଆପଣଙ୍କ ଘରେ ସାପ ପଶିଯାଇଛି । ଏଥିରୁ ସ୍ପଷ୍ଟ ଯେ ଅଷ୍ଟମ ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାରଙ୍କ ନାମ ନ ରଖି ଗିରିରାଜ ସିଂ ତାଙ୍କୁ ସାପ ବୋଲି କହୁଛନ୍ତି।

ସୂଚନାନୁସାରେ ୨୦୧୭ ମସିହାରେ ଆର୍‌ଜେଡିରୁ ସମ୍ପର୍କ ଭାଙ୍ଗିବା ପରେ ନୀତୀଶ କୁମାର ବିଜେପି ସହ ମିଶି ସରକାର ଗଠନ କରିଥିଲେ। ସେହି ସମୟରେ ଅର୍ଥାତ୍‌ ୨୦୧୭ ଅଗଷ୍ଟ ୩ରେ ଲାଲୁ ପ୍ରସାଦ ଯାଦବ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ ଏହି ଟ୍ଵିଟ୍‌ କରିଥିଲେ।

ଟ୍ଵିଟ୍‌ କରି ଲାଲୁ ଲେଖିଥିଲେ ଯେ ‘ନୀତୀଶ ଏକ ସାପ। ଯେମିତି ସାପ କାତି ଛାଡ଼ିଥାଏ, ସେମିତି ନୀତୀଶ ମଧ୍ୟ କାତି ଛାଡ଼ି ଥାଆନ୍ତି ଏବଂ ପ୍ରତି ୨ ବର୍ଷରେ ଥରେ ସାପ ଭଳି ନୂଆ ଚମଡ଼ା ଧାରଣ କରି ଥାଆନ୍ତି। କାହାର ସନ୍ଦେହ ଅଛି’?

କହିରଖୁଛୁକି ମଙ୍ଗଳବାର ନୀତିଶ କୁମାର ଏନଡିଏ ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନୀତୀଶ କୁମାର ଏନଡିଏ ଛାଡିବା ପରେ ମହାଗଠବନ୍ଧନ ସମେତ ୭ ଟି ଦଳ ତାଙ୍କୁ ସମର୍ଥନ କରିଥିଲେ। ଏହାପରେ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହାନ ଙ୍କୁ ୧୬୪ ଜଣ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରି ନୂତନ ସରକାର ଗଠନ ପାଇଁ ଦାବି ଜଣାଇଥିଲେ I ଆରଜେଡି ସହ ମେଣ୍ଟ କରି ବୁଧବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ। ଏହା ସହିତ ଆରଜେଡି ନେତା ଏବଂ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Comments are closed, but trackbacks and pingbacks are open.