WPLରେ ବାଙ୍ଗାଲୋର କ୍ୟାପଟେନ ହେବେ ସ୍ମୃତି ମନ୍ଧାନା

108

ମହିଳା ପ୍ରିମିୟର ଲିଗ୍‌(WPL)ରେ ରୟାଲ ଚ୍ୟାଲେଞ୍ଜର୍ସ(RCB) ବାଙ୍ଗାଲୋର କ୍ୟାପଟେନ ହେବେ ସ୍ମୃତି ମନ୍ଧାନା। ଏନେଇ ଟିମ୍ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି ସୂଚନା ଦିଆଯାଇଛି। ଏହି ଭିଡିଓରେ ଆଇପିଏଲ୍‌ରେ RCBର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି ଓ ବର୍ତ୍ତମାନ କ୍ୟାପ୍ଟେନ୍ ଫାପ୍ ଡୁପ୍ଲେସିସ୍‌ ସ୍ମୃତିକୁ WPLର RCB କ୍ୟାପ୍ଟେନ୍‌ ଭାବେ ଘୋଷଣା କରିଛନ୍ତି।

ଏହି ଭିଡିଓରେ ସ୍ମୃତି ମଧ୍ୟ RCB କ୍ୟାପ୍ଟେନ୍ ଭାବେ ସୂଚାରୁରୂପେ ଦାୟିତ୍ୱ ତୁଲାଇବି ବୋଲି କହିଛନ୍ତି। ଫେବ୍ରୁଆରୀ ୧୩ ତାରିଖରେ ଡବ୍ଲୁପିଏଲ୍ ପାଇଁ ନିଲାମୀ ହୋଇଥିଲା। ଏଥିରେ ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନ ସବୁଠାରୁ ଦାମି ଖେଳାଳି ହୋଇଥିଲେ। ତାଙ୍କୁ ସର୍ବାଧିକ ୩.୪ କୋଟି ଟଙ୍କା ଦେଇ କିଣିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏବେ ସେ ଟିମ୍ ପାଇଁ ଅଧିନାୟକ ଦାୟିତ୍ୱ ସମ୍ବାଳିବେ।

ଭିଡିଓରେ ବିରାଟ ଆର୍‌ସିବିରେ ତାଙ୍କ ଅଧିନାୟକତ୍ୱ ସମୟର କଥା ମନେ ପକାଇବା ସହ ଏହି ୧୦ ବର୍ଷ ତାଙ୍କ ପାଇଁ ସବୁଠାର ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। ସେହିପରି ବର୍ତ୍ତମାନର କ୍ୟାପ୍ଟେନ୍ ଡୁପ୍ଲେସିସ୍‌ ବି ଭଲ କାମ କରୁଛନ୍ତି। ତାଙ୍କ ଅଧିନରେ ଖେଳି ମୋତେ ଖୁବ ଭଲ ଲାଗୁଛି ବୋଲି ବିରାଟ କହିଛନ୍ତି। ଏହାପରେ ଡୁପ୍ଲେସିସ୍ ମଧ୍ୟ ଭିଡିଓରେ ନିଜର ଗୁରୁ ଦାୟିତ୍ୱ ସମ୍ପର୍କରେ କହିବା ସହ ସ୍ମୃତି ମନ୍ଧାନଙ୍କୁ ଟିମ୍‌ରେ ସ୍ୱାଗତ କରିଥିଲେ।

ସୂଚନା ଥାଉକି ଫେବ୍ରୁଆରୀ ୧୩ ତାରିଖରେ ଡବ୍ଲୁପିଏଲ୍ ପାଇଁ ହୋଇଥିବା ନିଲାମୀରେ ମୋଟ ୪୦୯ ମହିଳା କ୍ରିକେଟରଙ୍କୁ ସ୍ଥାନ ମିଳିଥିଲା। ନିଲାମୀ ପ୍ରକ୍ରିୟାରେ ୫ ଫ୍ରାଞ୍ଚାଇସଙ୍କ ଅଂଶଗ୍ରହଣ କରିଥିଲେ। WPL-2023 ଅକ୍ସନ ପାଇଁ ବିଶ୍ୱର ପ୍ରାୟ ୧୫୨୫ଙ୍କ ଖେଳାଳି ଆବେଦନ କରିଥିଲେ। ସେଥିମଧ୍ୟରୁ କେବଳ ୪୦୯ଙ୍କୁ ନିଲାମୀରେ ଭାଗ ନେବାକୁ ଚୟନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨୪୬ଜଣ ଭାରତୀୟ ରହିଥିବା ବେଳେ ୧୬୩ଜଣ ବିଦେଶୀ ଖେଳାଳି ରହିଥିଲେ।

Comments are closed, but trackbacks and pingbacks are open.