ସ୍ମିତାରାଣୀ ମାମଲାର ହେବ ତଦନ୍ତ: ମୁଖ୍ୟମନ୍ତ୍ରୀ

38

ଭୁବନେଶ୍ୱର:  ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ କରାଯିବ । ଯାଜପୁରରେ ଅନୁଷ୍ଠିତ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଘୋଷଣା କରିଛନ୍ତି ।ସେ କହିଛନ୍ତି ଯେ ଏହି ମାମଲାର ତଦନ୍ତ କରାଯିବା ସହ ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ଜେଲ ପଠାଯିବ । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ ଜେଲ ପଠାଇବୁ । ଏଥିସହ ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡି ସରକାର ଥିବା ସମୟରେ ଜିଲ୍ଲାରେ ବ୍ୟାପକ ଦୁର୍ନୀତି ହୋଇଛି । ବିଜେଡିର ଗାଁକୁ କାମ, ନାରୀଙ୍କୁ ସମ୍ମାନ ନାରା କେତେ କାର୍ଯ୍ୟକାରୀ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।  ଗାଁକୁ ଭଲ ରାସ୍ତା ନାହିଁ । ବିକାଶମୂଳକ କାମ ନାମରେ ବ୍ୟାପକ ଦୁର୍ନୀତି ହୋଇଛି । ମହିଳାଙ୍କୁ କେତେ ସମ୍ମାନ ମିଳିଛି ତାହା ଆମେ ୨/୩ ବର୍ଷ ତଳୁ ଦେଖିଛୁ । ଧର୍ମଶାଳା ପିଇଓ ସ୍ମିତାରାଣୀଙ୍କୁ ନିର୍ମମଭାବେ ହତ୍ୟା କରାଗଲା । ଯେଉଁମାନେ ମାଙ୍କୁ ସମ୍ମାନ ଦେବା କଥା କହୁଥିଲେ ସେମାନେ ସ୍ମିତାରାଣୀଙ୍କୁ ହତ୍ୟା କଲେ । ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଲେ । 

Comments are closed, but trackbacks and pingbacks are open.