କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ମାର୍ଟ ଇଣ୍ଡିଆ ହାକାଥନ୍‍-୨୦୨୩ ଆୟୋଜିତ

682

ଭୁବନେଶ୍ୱର,୨୬ ।୯ : କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ହ୍ୟାକ୍‍ଟେଷ୍ଟ-୨୦୨୩ ଶୀର୍ଷକ ସ୍ମାର୍ଟ ଇଣ୍ଡିଆ ହାକାଥନ୍‍ ୨୦୨୩ (ଏସ୍‍ଆଇଏଚ୍‍-୨୦୨୩) ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏସ୍‍ଆଇଏଚ୍‍ ନିର୍ଦ୍ଦେଶାବଳୀ ଅନୁସାରେ ଉତ୍ପାଦ ସର୍ଜନାର ସଂସ୍କୃତି ଓ ସମସ୍ୟା ସମାଧାନ କରିବାର ମାନସିକତା ବିକଶିତ କରିବାରେ ଏକ ମଞ୍ଚ ପ୍ରଦାନ କରିବା ହେଉଛି ଏଭଳି ହାକାଥନ୍‍ ଆୟୋଜନ କରିବାର ଉଦ୍ଦେଶ୍ୟ। ଏହି ପ୍ରକ୍ରିୟାର ଏକ ଅଂଶବିଶେଷ ଭାବେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏସଆଇଏଚ୍‍-୨୦୨୩ର ବିଭିନ୍ନ ବିଷୟବସ୍ତୁ ଉପରେ ଏକ ହ୍ୟାକ୍‍ଟେଷ୍ଟର ଆୟୋଜନ କରାଯାଇଥିଲା। ଏଥିରେ ୧୧୬୪ଜଣ ଛାତ୍ରଛାତ୍ରୀଙ୍କୁ ନେଇ ମୋଟ୍‍ ୧୯୪ଟି ଟିମ୍‍ ନବ ଚେତନା ପର୍ଯ୍ୟାୟରେ ଭାଗ ନେଇଥିଲେ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଥିରେ ଆନନ୍ଦ ପ୍ରକାଶ କରି କହିଲେ, ଏସ୍‍ଆଇଏଚ୍‍-୨୦୨୩ରେ ଅଂଶଗ୍ରହଣ କରି ଆମେ ଗର୍ବିତ। ଏହା ଆମ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ପାଦ ସର୍ଜନା ଓ ସମସ୍ୟା ସମାଧାନ କରିବାର ସଂସ୍କୃତି ବୃଦ୍ଧି କରିବା ସହ ଏହାକୁ ଆହୁରି ବିକଶିତ କରିବ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ର‌୍ୟାଙ୍କିଙ୍ଗ୍‍ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ସ ଅନ୍‍ ଇନୋଭେସନ୍‍ ଆଚିଭମେଣ୍ଟ (ଏଆରଆଇଆଇଏ) ରାକିଂରେ ଗତ କିଛି ବର୍ଷ ଧରି ଦେଶର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ଶ୍ରେଷ୍ଠ ସ୍ଥାନରେ ରହିଆସୁଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି। କିଟ୍‍ ପ୍ରତିଷ୍ଠା ହେବା ଦିନଠାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ଜନାକୁ ପ୍ରୋତ୍ସାହିତ କରିଆସୁଛି। ଏହା କିଟ୍‍ ଅନୁସରଣ କରିଆସୁଥିବା ସର୍ବୋତ୍ତମ ପ୍ରଥା ମଧ୍ୟରୁ ଅନ୍ୟତମ। ଏହି ଅବସରରେ ଶ୍ରୀ ସାମନ୍ତ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଟି. ଜି. ସିଥାରମଣ, ଉପାଧ୍ୟକ୍ଷ ଡ. ଅଭୟ ଜେରେ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଉନୋଭେସନ୍‍ ସେଲ୍‍ର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ମଧ୍ୟ ଏସ୍‍ଆଇଏଚ୍‍-୨୦୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ପ୍ରବେଶ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସଫଳତା କାମନା କରିଥିଲେ। ଏହାର ସଫଳ ଆୟୋଜନ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଶରଣଜିତ୍‍ ସିଂହ  ବିଶ୍ୱବିଦ୍ୟାଳୟର ଇଣ୍ଡଷ୍ଟ୍ରିଆଲ୍‍ ଏନ୍‍ଗେଜ୍‍ମେଣ୍ଟ ଡିନ୍‍ ପ୍ରଫେସର ଅଭିଷେକ ରାୟ ଏବଂ ଏସ୍‍ପିଓସିକୁ ଧନ୍ୟବାଦ ଜଣାଇଥିଲେ। ଏଥିରେ କିଟ୍‍ ବିଶ୍ୱବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ କରିଥିବାରୁ କୁଳସଚିବ ଡ. ଜ୍ଞାନ ରଞ୍ଜନ ମହାନ୍ତି ଆନନ୍ଦ ପ୍ରକାଶ କରିଥିଲେ।

Comments are closed, but trackbacks and pingbacks are open.