ବସ୍ତି ମୁକ୍ତ ସ୍ମାର୍ଟ ସହର : ଭୁବନେଶ୍ୱର

27

ବସ୍ତି ମୁକ୍ତ ସ୍ମାର୍ଟ ସହର । ରୂପାନ୍ତରଣ ପର୍ବରେ ସହରାଞ୍ଚଳ ସବୁ ବସ୍ତିର ହେଉଛି ଅପଗ୍ରେଡେସନ୍ । ରାସ୍ତାଠାରୁ ଆରମ୍ଭ କରି ଲାଇଟ୍, ପାନୀୟ ଜଳ, ପାଇଖାନା ବ୍ୟବସ୍ଥା ସବୁକିଛି ଚକାଚକ୍ । ୯ଟି ଭର୍ଟିକାଲ ପାରାମିଟରରେ ପ୍ରତ୍ୟେକ ବସ୍ତିକୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି । ସହରାଞ୍ଚଳ ବିକାଶ ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଆଭିମୁଖ୍ୟକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚିତ । ୨୦୨୩ ମସିହା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଛି ଜାତିସଂଘ ଓ୍ବାର୍ଲଡ ହାବିଟାଟ୍ ପୁରସ୍କାର । ମୋଟ ୧୧୫ଟି ସହରାଞ୍ଚଳର ୨ ହଜାର ୯୧୯ଟି ବସ୍ତିରୁ ଏବେସୁଦ୍ଧା ୭୬୯ଟି ବସ୍ତିର ହୋଇଛି ରୂପାନ୍ତରଣ । ସେପଟେ ଚୂଡ଼ାନ୍ତ ପର୍ଯ୍ୟାୟରେ ୫ ମହାନଗର ନିଗମ ଅଞ୍ଚଳରେ ଜାଗା ମିଶନ ଜରିଆରେ ମାଗଣା ଭୂମି ପ୍ରଦାନ ସର୍ଭେ କାମ । ହିତାଧିକାରୀ ଚୟନରେ ବି ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିର୍ଭୁଲ କରାଯାଉଛି । ପ୍ରଥମେ ଡ୍ରୋନ୍ ଜରିଆରେ ସର୍ଭେ କରାଯାଇ ପ୍ରସ୍ତୁତ ହେଉଛି ଅର୍ଥୋ ମ୍ୟାପ୍ ।

Comments are closed, but trackbacks and pingbacks are open.