କୋଭିଡ -୧୯ ଟିକା ପାଇଁ ହ୍ୱାଟସ୍ ଆପରେ ହେଇପାରିବ ସ୍ଲଟ ବୁକିଂ

30

ଯେଉଁ ମାନେ କୋଭିଡ -୧୯ ଟିକା ନେଇ ନାହାନ୍ତି ,ସେମାନଙ୍କୁ ବର୍ତ୍ତମାନ ଆଉ ଲମ୍ବା ଲାଇନ ରେ କିମ୍ବା ସ୍ଲଟ ପାଇବା ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ I ସେମାନଙ୍କ ପାଇଁ ଏକ ଅସ୍ବସ୍ତି କର ଖବର ଆସି ପହଂଚିଛି I
ସରକାର କହିଛନ୍ତି ଯେ, କୋଭିଡ -୧୯ ଟିକା ହିତାଧିକାରୀମାନେ ବର୍ତ୍ତମାନ ହ୍ୱାଟସ୍ ଆପରେ MyGov Corona ହେଲ୍ପଡେସ୍କ ମାଧ୍ୟମରେ ସେମାନଙ୍କ ସ୍ଲଟ୍ ବୁକ୍ କରିପାରିବେ।
ଏହା ବ୍ୟତୀତ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ମଧ୍ୟ ଉପଭୋକ୍ତାମାନଙ୍କୁ ସେମାନଙ୍କର ନିକଟତମ ଟୀକାକରଣ କେନ୍ଦ୍ର ଖୋଜିବାକୁ ସାହାର୍ଯ୍ୟ କରିବ। MyGov Corona Helpdesk ଚାଟବଟ୍ ସହିତ ସଂଯୋଗ ହେବାକୁ, ଉପଭୋକ୍ତାମାନେ Whats aap No 9013151515କୁ ‘BOOK SLOT’ ଲେଖି ପଠାଇବା ଆବଶ୍ୟକ।
ଏହା ପରେ ସମ୍ପୃକ୍ତ ମୋବାଇଲକୁ ଏକ ଛଅ ଅଙ୍କ ବିଶିଷ୍ଟ OTP ଯିବ। ଏହାପରେ ବ୍ୟବହାରକାରୀ ବା ୟୁଜର ଟିକା ନେବା ପାଇଁ ନିର୍ଦ୍ଧାରୀତ ତାରିଖ ନିଜ ପିନକୋଡ୍‌ ସହ ପ୍ରଦାନ କରିବେ। କେଉଁ ସ୍ଥାନରେ ଟିକା ନେବାକୁ ଚାହୁଁଛନ୍ତି, କେଉଁଟିକା(ଟିକାର ନାମ) ନେବେ ସେ ସମ୍ପର୍କରେ ଉଲ୍ଲେଖ କରିବାକୁ ପଡିବ। ତା ପରେ ସ୍ଲଟ୍ ବୁକ୍‌ ହୋଇଯିବ।
ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟ୍ୱିଟ୍ କରି ଜଣାଇଛନ୍ତି। ସେ ଲେଖିଛନ୍ତି ଭାରତୀୟ ନାଗରିକଙ୍କ ସୁବିଧା ପାଇଁ ଏହି ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ନିଜ ଫୋନରେ COVID19 ଟିକା ସ୍ଲଟ୍ ବୁକ୍ କରନ୍ତୁ।

Leave A Reply

Your email address will not be published.