ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ : ଗତ ୨୪ ଘଣ୍ଟା ମଧ୍ୟରେ ୮୭୨ ସଂକ୍ରମିତ ଚିହ୍ନଟ

34

ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରେ ସାମାନ୍ୟ ବ୍ରେକ ଲାଗିଛି । ଗତ ସପ୍ତାହେ ଧରି ହଜାରେ ପାର କରିଥିବା ସଂକ୍ରମଣ ,ତଳମୁହାଁ ହୋଇଛି । ସେହି ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୧୨ ଓ ସ୍ଥାନୀୟ ସଂକ୍ରମିତ ୩୬୦ଜଣ ରହିଥିବା ସୂଚନା ମିଳିଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୨୩ଜଣ ରହିଛନ୍ତି ।
ସେହିଭଳି ପ୍ରତିଥର ଭଳି ଏଥର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୪୪, କଟକରୁ ୯୬, ଷ୍ଟେଟପୁଲରୁ ୬୧, ମୟୂରଭଞ୍ଜରୁ ୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସୋନପୁରରୁ ୨୬, ସମ୍ବଲପୁରରୁ ୨୩, ପୁରୀରୁ ୧୯, ନୟାଗଡ଼ରୁ ୧୯, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୨ ଓ ଝାରସୁଗୁଡ଼ାରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୧୨, ବୌଦ୍ଧରୁ ୧୧, ବରଗଡ଼ରୁ ୯, ବାଲେଶ୍ୱରରୁ ୮, ଗଞ୍ଜାମରୁ ୮, କେନ୍ଦ୍ରାପଡ଼ାରୁ ୮, ବଲାଙ୍ଗୀରରୁ ୭ ଓ ନୂଆପଡ଼ାରୁ ୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା କୁହାଯାଇଛି । ଭଦ୍ରକରୁ ୬, ରାୟଗଡ଼ାରୁ ୬, କଳାହାଣ୍ଡିରୁ ୫, କନ୍ଧମାଳରୁ ୫, ଅନୁଗୁଳରୁ ୪, ଗଜପତିରୁ ୩, ଦେବଗଡ଼ରୁ ୨, ଢ଼େଙ୍କାନାଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୯୧୧୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୩୫୩୦୫୩ ସାମ୍ପୁଲ ଟେଷ୍ଟ୍ ହୋଇ ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ଆଉ ୫୫୨ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.