ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ନିପୁଣ ଭାରତ ଯୋଜନା:ଧର୍ମେନ୍ଦ୍ର ପ୍ରଧାନ

31

ଅନଲାଇନ ଉପକରଣ ଓ ସୁବିଧା ନଥିଲେ ବି ଏଥର ଘରେ ବସି ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ପାଠପଢ଼ା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି । ନୂଆ ଶିକ୍ଷାନୀତିକୁ ନେଇ ୫ ଉପକ୍ରମକୁ ଦେଶ ଆଗରେ ରଖିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ର ଏହି ଯୋଜନା ରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ନିପୁଣ ଭାରତ ଯୋଜନା ବଡ଼ ସଫଳତା ଆଣିବ ବୋଲି କହିଛନ୍ତି । ବର୍ତ୍ତମାନ ସାଢ଼େ ସାତ କୋଟି ପ୍ରଥମରୁ ତୃତୀୟ ଶ୍ରେଣୀ ମଧ୍ୟରେ ପଢ଼ୁଛନ୍ତି । କରୋନା କାଳରେ ବିକଳ୍ପ ଶିକ୍ଷାକୁ ନେଇ ନୂଆ କ୍ୟାଲେଣ୍ଡର ମଧ୍ୟ ଆସିଛି ।
କମିକ-ଆକ୍ଟିଭିଟି ବୁକଲେଟ ପ୍ରିୟା ଉନ୍ମୋଚନ କରିବା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଏହି ବୁକଲେଟ ମୁକ ଓ ବଧିର ପିଲାଙ୍କ ପାଇଁ ଏକ ବଡ଼ ବୁଷ୍ଟ ହେବ । ସେହିପରି କ୍ୟୁଆର କୋଡ ଜରିଆରେ ଅଧିକ ତଥ୍ୟ ଜାଣିପାରିବେ ଛାତ୍ରଛାତ୍ରୀ ।
କରୋନା କାଳରେ ନିପୁଣ ଭାରତକୁ ଆଗକୁ ନେବାକୁ ପ୍ରୟାସ । NIOS ଭର୍ଚୁଆଲ ସ୍କୁଲର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧନ ।
ସ୍କୁଲରେ ଅବ୍ୟବସ୍ଥା ଫଳରେ ପିଲା ଛାଡ଼ୁଥିଲେ ପାଠପଢ଼ା, କିନ୍ତୁ ଆଗକୁ ଗାଁରେ ପ୍ରତିଟି ସ୍କୁଲରେ ପହଁଚିବ ଇଣ୍ଟରନେଟ ଏବଂ ଆନୁସଙ୍ଗିକ ସୁବିଧା । ଫିଜିକାଲ କ୍ଲାସ ସହ ଡିଜିଟାଲ ମଡେଲରେ ପାଠପଢ଼ା ହେବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ନମ୍ବର ନୁହେଁ, ଶିକ୍ଷାକୁ ଆଗକୁ ନେବାକୁ ଏ ନୂଆନୀତି । ଶିକ୍ଷାକ୍ଷେତ୍ରରେ ବିଶ୍ୱରେ ନେତୃତ୍ତ୍ୱ ନେବ ଭାରତ । ନିଜର ସମ୍ବୋଧନରେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଭୀମଭୋଇଙ୍କୁ ମନେ ପକାଇଥିଲେ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.