ଆଗାମୀ ଟି-୨୦ ବିଶ୍ୱକପ ପାଇଁ ୮ଟି ଟିମ କ୍ୱାଲିଫାଏ

22

ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟ ମ୍ୟାଚ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୩ଟି ଟିମ୍ ସେମିଫାଇନାଲ ଟିକେଟ ହାତେଇଥିବା ବେଳେ ଆଉ ଗୋଟିଏ ସ୍ଥାନ ଖାଲି ରହିଛି । ୩ୟ ଟିମ୍ ଭାବେ ୱେଷ୍ଟଇଣ୍ଡିଜକୁ ହରାଇ ଅଷ୍ଟ୍ରେଲିଆ ସେମିଫାଇନାଲ ଟିକେଟ ହାତେଇଛି । ୱେଷ୍ଟଇଣ୍ଡିଜର ପରାଜୟ ସହ ଆଗାମୀ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ପାଇଁ ୮ଟି ଟିମ୍ ସିଧାସଳଖ ଟିକେଟ ହାସଲ କରିଛନ୍ତି । ଏହି ୮ଟି ଟିମ୍ ମଧ୍ୟରେ ଆୟୋଜକ ଅଷ୍ଟ୍ରେଲିଆ ବ୍ୟତୀତ ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛି । ଆଇସିସି ନିୟମ ଅନୁଯାୟୀ, ଚଳିତ ବିଶ୍ୱକପରୁ ୮ଟି ଟିମ୍ ଆଗାମୀ ଟି-୨୦ ବିଶ୍ୱକପ ସଂସ୍କରଣ ପାଇଁ କ୍ୱାଲିଫାଏ କରିବେ । ଏହି ୮ଟି ଟିମ୍ ମଧ୍ୟରେ ଟି-୨୦ ବିଶ୍ୱକପର ଚାମ୍ପିୟନ ଓ ରନର୍ସ ଅପ ଟିମକୁ ଛାଡି ଅନ୍ୟ ୬ଟି ଦଳକୁ ଆଇସିସିର ରାଙ୍କ ଅନୁଯାୟୀ ସ୍ଥାନ ମିଳିଥାଏ । ୧୫ ନଭେମ୍ବର ସୁଦ୍ଧା ଆଇସିସି ଟି-୨୦ ମାନ୍ୟତାରେ ଯେଉଁ ୬ଟି ଦଳ ରହିବ ସେହି ତାଲିକାରୁ ୱେଷ୍ଟଇଣ୍ଡିଜ ବାଦ୍ ପଡିଛି । ନଭେମ୍ବର ୧୫ ସୁଦ୍ଧା କୌଣସି ଦଳର ରାକିଂରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

Leave A Reply

Your email address will not be published.