ଲକ୍ଷ୍ମୀ ବସ; ୫ ଟଙ୍କାରେ କରିବେ ଯାତ୍ରା

36

ଭୁବନେଶ୍ୱର: ରାଜ୍ୟରେ ସୋମବାରଠୁ ଆଉ ୫ଜିଲାରେ ଗଡିଛି ଲକ୍ଷ୍ମୀ ବସ୍‌ । କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍‌ ସେବା । ଭିଡ଼ିଓ କନଫରେନ୍ସିଂରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲକ୍ଷ୍ମୀ ବସ ଦ୍ୱାରା ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ ସଂଯୋଗ, ସୁଲଭ ମୂଲ୍ୟରେ ଯାତ୍ରା କରିପାରୁଛନ୍ତି ଲୋକେ । କଟକ ବାଲିଯାତ୍ରା ତଳ ପଡ଼ିଆରେ ଆୟୋଜିତ କାର୍ୟ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ୍ ଯୋଜନାର ଶଭୁରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ ପ୍ରଥମ ପର୍ୟ୍ୟାୟରେ ୧୪ଟି ବ୍ଲକରେ ୨୮ଟି ବସର ଶଭୁରାମ୍ଭ ହୋଇଛି ।

ବିଶେଷ କରି ମହିଳା ଯାତ୍ରୀମାନେ ୫ ଟଙ୍କାରେ ଯାତାୟତର ସୁବିଧା ପାଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷ ଭିକେ ପଣ୍ଡିଆନ । ଜିଲ୍ଲାରେ ଆଜି ୧୨ଟି ଲକ୍ଷ୍ମୀ ବସ ସହ ଗୋଟିଏ ଏସି ଲକ୍ଷ୍ମୀ ବସ ସେବାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାଯ୍ୟକ୍ରମ ସ୍ଥାନୀୟ ରମେଶ୍ୱର ଷ୍ଟାଡିୟମ ଠାରେ ଆୟୋଜିତ ହୋଇଛି ।

ଏହି ଅବସରରେ ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ନିରଞନ ପୂଝାରୀ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପରିଷଦ ଅଧକ୍ଷା ସୂପାରା ଠେଲା ଓ ଜିଲ୍ଲାପାଳ ଅନ୍ୟା ଦାସ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପ କୁ ପ୍ରଶଂସା କରିଥିଲେ । ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକର ବହୁ ଜନସାଧାରଣ ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.