ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହେବା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ: ସିସୋଦିଆ

20

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ସେ ଏହି ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହେବା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ଏହି ଚିଠିରେ ଲେଖିଛନ୍ତି ସିସୋଦିଆ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଟ୍ୱିଟର ଆକାଉଣ୍ଟରେ ସିସୋଦିଆଙ୍କ ଏହି ଚିଠି ସେୟାର କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଚିଠିକୁ ଟ୍ବିଟ୍ କରିଛନ୍ତି । ଏହି ଚିଠିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହେବା ଦେଶ ପାଇଁ ଅତ୍ୟନ୍ତ ବିପଦଜ୍ଜନକ । ମୋଦି ଶିକ୍ଷାର ମହତ୍ତ୍ବ ବୁଝନ୍ତି ନାହିଁ । ଗତ କିଛି ବର୍ଷ ଭିତରେ ଦେଶରେ ୬୦ ହଜାର ସ୍କୁଲ ବନ୍ଦ କରାଯାଇଛି । ଭାରତର ପ୍ରଗତି ପାଇଁ ପାଠପଢା ପ୍ରଧାନମନ୍ତ୍ରୀ ଜରୁରୀ । ଏକବିଂଶ ଶତାବ୍ଦୀରେ ଯେଉଁଠି ବିଶ୍ବ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଆର୍ଟିଫିସିଆଲ ଇଣ୍ଟେଲିଜିଏନ୍ସ(କୃତ୍ରିମ ବୁଦ୍ଧିମତା) କ୍ଷେତ୍ରରେ ଦ୍ରୁତ ପ୍ରଗତି କରୁଛି ସେଠାରେ ଆମ ଦେଶର ପ୍ରଧାନମନ୍ତ୍ରୀ ଡ୍ରେନରୁ ବାହାରୁଥିବା ଗ୍ୟାସରେ ଚା’ ଏବଂ ସ୍ନାକ୍ସ ତିଆରି କରିବା କଥା କହୁଛନ୍ତି ।

ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ପ୍ରଧାନମନ୍ତ୍ରୀ ଟିଭି ଚ୍ୟାନେଲରେ ଦେଇଥିବା ଏକ ବୟାନକୁ ମନେ ପକାଇ ସିସୋଦିଆ କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ କହିଲେ ବାଦଲ ଭିତରେ ଉଡୁଥିବା ଜାହାଜକୁ ରାଡାର ଠାବ କରିପାରିବ ନାହିଁ ବୋଲି ସେତେବେଳେ ସାରା ଦୁନିଆର ଲୋକେ ତାଙ୍କ ଉପରେ ହସିଲେ । ସ୍କୁଲ ଓ କଲେଜରେ ପଢୁଥିବା ପିଲା ତାଙ୍କର ଉପହାସ କରନ୍ତି । ଏହି ପ୍ରକାର ବୟାନ ଦେଶ ପାଇଁ ବିପଦଜନକ । ଏହାଦ୍ବାରା ସମଗ୍ର ବିଶ୍ବ ଜାଣିପାରେ ଯେ, ଭାରତର ପ୍ରଧାନମନ୍ତ୍ରୀ କେତେ ଶିକ୍ଷିତ । ତାଙ୍କୁ ବିଜ୍ଞାନ ବିଷୟରେ କିଛି ଜଣାନାହିଁ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.