ଗିରଫ ହେବେ ସିସୋଦିଆ !

20

ସିସୋଦିଆଙ୍କୁ ଜେରା ଇଡି ! ସିସୋଦିଆଙ୍କୁ ଜେରା ପାଇଁ ଅନୁମତି ଦେଲେ କୋର୍ଟ l ଗିରଫ ହୋଇପାରନ୍ତି ସିସୋଦିଆ !
ବଢିଲା ସିସୋଦିଆଙ୍କ ପାଇଁ ଅଡୁଆ । ପୁଣି ଥରେ ଜେରା ହେବେ ମନୀଷ ସିସୋଦିଆ । ଆଜି ତିହାର ଜେଲ୍ ଭିତରେ ସିସୋଦିଆଙ୍କୁ ଜେରା କରିବ ଇଡ଼ି । ଏଥିପାଇଁ ଆଜି ଇଡିର ତିନି ଜଣିଆ ଅଧିକାରୀ ଟିମ୍ ତିହାର ଜେଲ୍ ଗସ୍ତରେ ଯାଇଛନ୍ତି । ମନୀଷ ସିସୋଦିଆଙ୍କୁ ପଚରାଉଚରା ପାଇଁ ଇଡି କୋର୍ଟରୁ ଅନୁମତି ନେଇଛି । ଆଜି ପଚରାଉଚରା ପରେ ସିସୋଦିଆଙ୍କୁ ଇଡି ମଧ୍ୟ ଗିରଫ କରିପାରେ ବୋଲି କୁହାଯାଉଛି ।

ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଅରୁଣ ପିଲ୍ଲାଇଙ୍କୁ ଇଡି ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣ ଗିରଫ ହୋଇସାରିଲେଣି । ଗତ କିଛି ଦିନ ତଳେ ସିବିଆଇ ଦ୍ୱାରା ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ଗତକାଲି କୋର୍ଟ ମାର୍ଚ୍ଚ ୨୦ ଯାଏଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ପୂର୍ବରୁ ଆପ୍ ନେତା ସିସୋଦିଆଙ୍କୁ ପ୍ରଥମେ ପାଞ୍ଚ ଦିନ ଓ ପରେ ଦୁଇ ଦିନ ପାଇଁ ସିବିଆଇ ରିମାଣ୍ଡକୁ ପଠାଯାଇଥିଲା ।

ଏହାର ଅବଧି ଶେଷ ହେବା ପରେ ସିସୋଦିଆଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ।

Comments are closed, but trackbacks and pingbacks are open.