ସିସୋଦିଆ , ଜୈନ ଛାଡିଲେ ମନ୍ତ୍ରୀ ପଦ

35

ନୂଆଦିଲ୍ଲୀ : କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ ! ଜେଲ୍ ଗଲେ ଆପ୍‌ର ତୁଙ୍ଗ ନେତା! ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ଛାଡିଲେ ଆପ ମନ୍ତ୍ରୀ ପଦ।ଏହି ଦୁଇଜଣ ମନ୍ତ୍ରୀଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଞ୍ଜୁରୀ ଦେଇଛନ୍ତି । ମନୀଷ ଓ ସତ୍ୟେନ୍ଦ୍ର ଉଭୟ ଏବେ ଦୁର୍ନୀତି ମାମଲାରେ ବିଚାରବିଭାଗୀୟ ହାଜତରେ ରହିଛନ୍ତି । ଦିଲ୍ଲୀ ନୂତନ ଅବକାରୀ ଦୁର୍ନିତୀ ମାମଲାରେ ଫସିଥିବା ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଜେରା କରିବ ସିବିଆଇ ।

ବିଜେପି ତରଫରୁ ଲଗାତର ଭାବେ ଏହି ଦୁଇଜଣମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଥିଲେ । ଏବେ ବିରୋଧୀଙ୍କ ଦାବିକୁ ନଜରରେ ରଖି ଉଭୟ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏନେଇ ଆମ୍ ଆଦମୀ ପାର୍ଟି କହିଛି କି ଏଭଳି ନିଷ୍ପତ୍ତି କୁ ଦିଲ୍ଲୀର ଲକ୍ଷ ଲକ୍ଷ ଅବିଭାବକ ସହଜରେ ଗ୍ରହଣ କରିପାରୁନାହାଁନ୍ତି । କିଛି ସମୟ ପୂର୍ବରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଏକ ଝଟକା ଦେଇଥିଲା ।

ତାଙ୍କ ଗିରଫକୁ ନେଇ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟ କରିବ ବୋଲି ସ୍ପଷ୍ଟ କରିଦେଇଥିଲେ । ତେବେ ଆଗକୁ ଦେଖିବାକୁ ବାକି ରହିଲା ସିସୋଦିଆଙ୍କୁ ନେଇ ସାମ୍ନାକୁ ଆସୁଛି କେଉଁ ତଥ୍ୟ ।

Comments are closed, but trackbacks and pingbacks are open.