କଟକ ଶିଶୁ ଭବନରେ ଅବ୍ୟବସ୍ଥା,ମୋବାଇଲ ଲାଇଟରେ ହେଉଛି ଚିକିତ୍ସା

111

କଟକ : ମାଇନର ଅପରେସନ ଥିଏଟର ଥାଇ କେମିତି ଛୋଟ ପିଲାର ହେଲା ମୁଣ୍ଡ ଷ୍ଟିଚ୍‌? କଟକ ଶିଶୁ ଭବନରେ ଏଭଳି ଦୃଶ୍ୟ ଚାରିଆଡ଼େ ଭାଇରାଲ ପରେ ଏବେ ଶିଶୁଭବନ ଓ ସରକାରଙ୍କୁ ଚାରିଆଡ଼ୁ ଘେରିଲେଣି ଲୋକେ । ସିକ୍ୟୁରିଟି ଗାର୍ଡ଼ ଟର୍ଚ୍ଚ ଲାଇଟରେ ଡାକ୍ତର ଜଣକ ଆଘାତ ଲାଗିଥିବା ପିଲାଟିର ମୁଣ୍ଡକୁ ସିଲେଇ କରୁଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ଶିଶୁ ଭବନର ନୂତନ ବିଲଡିଂ ତିଆରି ହୋଇଛି । ଚିକିତ୍ସାଳୟରେ ସମସ୍ତ ଆଧୁନିକ ସୁବିଧା ଥାଇ ମଧ୍ୟ କେଉଁ ପରିସ୍ଥିତିରେ ଡାକ୍ତର କାଜୁଆଲିଟିରେ ରୋଗୀର ଏପରି ଚିକିତ୍ସା କଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଗତକାଲି ରାତି ପ୍ରାୟ ୮ଟା ରେ ଜଣେ ଦୁଇବର୍ଷର ଶିଶୁ ମୁଣ୍ଡରେ ଆଘାତ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲା । କାଜୁଆଲଟିରେ ଥିବା ଡାକ୍ତର ମାଇନର ଓଟି ରେ ଷ୍ଟିଚ କରିବା ବଦଳରେ ଟର୍ଚ୍ଚା ଲାଇଟରେ ଡ୍ରେସିଂରୁମରେ ଷ୍ଟିଚ୍‌ କରିଥିଲେ । ଏହାର ଭିଡିଓ ମଧ୍ୟ କରାଯାଇଥିଲା । ଏ ନେଇ ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ।

Comments are closed, but trackbacks and pingbacks are open.