ସେପ୍ଟମ୍ବରରୁ ଓଡ଼ିଶାରେ ଭୋଟର ତାଲିକାର SIR

154

ଭୁବନେଶ୍ୱର: ଓଡ଼ିଶାରେ ସେପ୍ଟମ୍ବରରୁ ଆରମ୍ଭ ହେବ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟା। ଏଥିପାଇଁ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ଆର ଗୋପାଲନ।ଏହି ସଂଶୋଧନ ପ୍ରାୟ ୨୪ ବର୍ଷ ପରେ ହେବାକୁ ଯାଉଛି। ଶେଷଥର ପାଇଁ ୨୦୦୨ ମସିହାରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା। ସେହିଭଳି ରାଜ୍ୟ ନିର୍ବାଚନ ଅଧିକାରୀ ଆର ଗୋପାଲନ, ବିରୋଧୀ ଦଳ ପକ୍ଷରୁ ଭୋଟ ଚୋରି ଏବଂ ଏପିକ୍ ନମ୍ବରକୁ ନେଇ ଆସିଥିବା ଅଭିଯୋଗ ଉପରେ ସ୍ପଷ୍ଠୀ କାରଣ ରଖିଛନ୍ତି। ଭୋଟ ଚୋରି କଥାକୁ ରାଜ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିଛନ୍ତି। ଏହା ସହ ଏପିକ୍ ନମ୍ବରକୁ ନେଇ ହୋଇଥିବା ଅଭିଯୋଗକୁ ନେଇ ସେ କହିଛନ୍ତି, ଓଡ଼ିଶାର ୭ ହଜାର ଏପିକ ନମ୍ବର ଥିବା ଭୋଟର କାର୍ଡକୁ ପରିବର୍ତ୍ତନ କରି ନୂଆ ଭୋଟର କାର୍ଡ ଦିଆଯାଇଛି। ଏଥିରୁ କେବଳ ୫ ହଜାର ଏପିକ ନମ୍ବର ବାଙ୍କୀରେ ଥିଲା। ଯାହା ଗୁଜରାଟର ଭୋଟରଙ୍କ ସହିତ ମିଶୁଥିଲା। ଏଥିପାଇଁ ଏହାକୁ ବଦଳାଇ ନୂଆ କାର୍ଡ ଦିଆଯାଇଛି। ବାକି ୨ ହଜାର ଏପିକ ନମ୍ବର କର୍ଣ୍ଣାଟକ, ଝାଡ଼ଖଣ୍ଡ ପଶ୍ଚିମବଙ୍ଗ ସହିତ ମିଶୁଥିଲା। ଏହି ଏପିକ ନମ୍ବର କେବଳ ଭୋଟ ପରିଚୟ ପତ୍ର ଚିହ୍ନଟ ପାଇଁ ଦିଆଯାଇଛି। ଏହି ଏପିକ ନମ୍ବରରେ କେହି ଭୋଟ ଦେଇପାରିବେ ନାହିଁ। ବର୍ତ୍ତମାନ ସ୍ୱତନ୍ତ୍ର ଏପିକ ନମ୍ବର ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦାନ କରାଯିବ।

Comments are closed, but trackbacks and pingbacks are open.