ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଲିଥିବା ସ୍ପେଶାଲ ଇଂନ୍ଟେନସିଭ୍ ରିଭିଜନ(ଏସଆଇଆର) ଅଧୀନରେ ଅନେକ ଭିଭିଆଇପିଙ୍କୁ ଏସ୍ଆଇଆର ନୋଟିସ ମିଳିଛି l ଏସଆଇଆର ନୋଟିସ ପାଇଥିବା ପ୍ରମୁଖ ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର ଓ ପତ୍ନୀ କୟୋକୋ ଏସ୍ ଜୟଶଙ୍କର,ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ ଓ ତାଙ୍କ ପରିବାର, ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ତାଙ୍କ ପତ୍ନୀ,ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ଶିଷୋଦିଆ, ପୂର୍ବତନ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ, ନିର୍ବାଚନ କମିଶନର ଡ.ଏସଏସ ସାନ୍ଧୁ, ସେବି ଚେୟାରମ୍ୟାନ ତୁହିନ କାନ୍ତ ପାଣ୍ଡେ, ବିଦେଶ ସଚିବ ବିକ୍ରମ ମିଶ୍ରି, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ, ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଲା। ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ଏହି ନୋଟିସ କେବଳ କିଛି ସଂଶୋଧନ ପାଇଁ ଉଦ୍ଦିଷ୍ଟ । ତଥ୍ୟରେ ଅମେଳ ରହିବାରୁ ଏହି ନୋଟିସ ଜାରି ହୋଇଛି ଯାହାଦ୍ୱାରା ଭୋଟର ତାଲିକା ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ହୋଇପାରିବ ।
Comments are closed, but trackbacks and pingbacks are open.