ସିଙ୍ଗଲ୍ ସେଲିବ୍ରିଟି

28

ମୁଖ୍ୟତଃ ଗ୍ଲାମର ଦୁନିଆର ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ଉପରେ ସମସ୍ତଙ୍କ ନଜର ଥାଏ । ବିଶେଷକରି ସେମାନଙ୍କ ପ୍ରେମ ସମ୍ପର୍କ ତଥା ବୈବାହିକ ଜୀବନ ଉପରେ । ତେବେ ବର୍ତ୍ତମାନ ସେଲିବ୍ରିଟିଙ୍କ ଡେଟିଂ ଓ ପ୍ରେମ ସମ୍ପର୍କ ପାଲିଟିଛି ଖବରର ମୁଖ୍ୟ ପ୍ରସଙ୍ଗ । ଯଦିଓ ଅନେକ ତାରକା ଏହାକୁ ଲୁଚାଇବାକୁ ଚେଷ୍ଟା କରନ୍ତି, ତଥାପି ସମ୍ଭବ ହୋଇ ନାହିଁ । ଅବଶ୍ୟ କେତେକ ସେଲିବ୍ରିଟି ବିଭିନ୍ନ ସମୟରେ ସିଙ୍ଗଲ୍ ଥିବା ସ୍ୱୀକାର କରିଛନ୍ତି ।


ସାରା ଅଲୀ ଖାନ୍‌: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ସାରା ଅଲୀଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ତେବେ ସେ କାହାକୁ ପ୍ରେମ କରୁ ନ ଥିବା ସ୍ୱୀକାର କରିଛନ୍ତି । କଫି ୱିଥ୍ କରଣ ସିଜନ୍ ୭ରେ ସେ ଏକଥା କହିଛନ୍ତି । ଏହା ସହ ସେ ବିଜୟ ଦେବରକୋଣ୍ଡାଙ୍କ ସହ ଡେଟ୍‌ରେ ଯିବା ଇଚ୍ଛା ରଖିଥିବା କହିଛନ୍ତି ।
ଜାହ୍ନବୀ କପୁର: ସେହିପରି ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ଏକାଧିକ ସାକ୍ଷାତକାରରେ ସିଙ୍ଗଲ୍ ଥିବା କହିଛନ୍ତି । ତେବେ ସିଙ୍ଗଲ୍ ରହିବା ନେଇ ସେ ବେଶ୍ ଖୁସି ଅଛନ୍ତି । ଅବଶ୍ୟ ଗୋଟେ ସମୟରେ ସେ ଏକାକୀତ୍ୱ ଅନୁଭବ କରିଥିବା କହିଛନ୍ତି ।


ଟାଇଗର ଶ୍ରଫ୍‌: ନିକଟରେ ଟାଇଗର ଓ ଦିଶା ପଟାନିଙ୍କ ପ୍ରେମ ସମ୍ପର୍କ ଖୁବ୍ ଚର୍ଚ୍ଚାରେ ଥିଲା । ତା’ସହ ସେମାନଙ୍କ ବ୍ରେକ୍‌ଅପ୍‌କୁ ନେଇ ମଧ୍ୟ ଅନେକ ଆଲୋଚନା ହେଉଥିଲା । ତେବେ ଏବେ ସେ କାହା ପ୍ରେମରେ ନ ଥିବା ସ୍ୱୀକାର କରିଛନ୍ତି । ଖୋଦ୍ ଟାଇଗର୍ କଫି ୱିଥ୍ କରଣ ସିଜନ୍‌୭ରେ ଏହି କଥା କହିଛନ୍ତି ।
ସିଦ୍ଧାନ୍ତ ଚର୍ତୁବେଦୀ: ସିଦ୍ଧାନ୍ତ ନାଭ୍ୟା ନଭେଲି ନନ୍ଦାକୁ ଡେଟ୍ କରୁଥିବା ଚର୍ଚ୍ଚା ଲାଗି ରହିଥିବା ବେଳେ ସେ କିନ୍ତୁ ସିଙ୍ଗଲ୍ ଥିବା କହିଛନ୍ତି । କାହା ସହ ତାଙ୍କର ପ୍ରେମ ସମ୍ପର୍କ ନ ଥିବା ସିଦ୍ଧାନ୍ତ କଫି ୱିଥ୍ କରଣ ସିଜନ-୭ରେ କହିଛନ୍ତି ।


ଇଶାନ୍ ଖଟ୍ଟର: ଇଶାନ ଅନନ୍ୟା ପାଣ୍ଡେଙ୍କ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଥିଲା । ତେବେ ଏବେ ସେ କାହାକୁ ପ୍ରେମ କରୁ ନ ଥିବା ସ୍ୱୀକାର କରିଛନ୍ତି । ଏହି କଥା ଇଶାନ କରଣ ଜୋହରଙ୍କ ଚାଟ୍ ଶୋ’ରେ କହିଛନ୍ତି ।
କ୍ରିତି ସାନନ୍‌: କ୍ରିତି ମଧ୍ୟ ସିଙ୍ଗଲ୍ ଥିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଏବେ କ୍ରିତିଙ୍କ ନାଁ ସହ ଆଦିତ୍ୟ ରୟ କପୁର ଓ ପ୍ରଭାସଙ୍କ ନାଁକୁ ଯୋଡ଼ା ଯାଉଛି ।
ବିଜୟ ଦେବରକୋଣ୍ଡା: ବିଜୟ ମଧ୍ୟ ସିଙ୍ଗଲ୍ ଥିବା ସ୍ୱୀକାର କରିଛନ୍ତି । ସେ କରଣ ଜୋହରଙ୍କ ଚାଟ୍ ଶୋ’ରେ ଏହି କଥା କହିଛନ୍ତି । ଏପରିିକି ଏବେ ସେ କାହାକୁ ଡେଟ୍ କରୁ ନ ଥିବା ବି କହିଛନ୍ତି ।


ଅନନ୍ୟା ପାଣ୍ଡେ: ଅନନ୍ୟା ଇଶାନ ଖଟ୍ଟରଙ୍କ ସହ ପ୍ରେମ ସମ୍ବନ୍ଧରେ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ତେବେ ତାଙ୍କ ସହ ବ୍ରେକ୍‌ଅପ୍ ହେବା ପରେ ଏବେ ସେ ସିଙ୍ଗଲ୍ ଅଛନ୍ତି । କଫି ୱିଥ୍ କରଣ ଚାଟ୍ ଶୋ’ରେ ଏକଥା ସ୍ୱୀକାର କରିଛନ୍ତି ଅନନ୍ୟା ।

Comments are closed, but trackbacks and pingbacks are open.