ହୃଦଘାତ ରେ ବର୍ଷିଆନ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ

33

ଆଉ ନାହାନ୍ତି ବର୍ଷିଆନ ଓଡ଼ିଆ ତଥା ବଙ୍ଗଳା ଗାୟିକା ନିର୍ମଳା ମିଶ୍ର I ସେ କୋଲକାତାର ଚେତଲା ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଗତକାଲି ମଧ୍ୟରାତ୍ରିରେ ତାଙ୍କର କୋଲକାତା ସ୍ଥିତ ବାସଭବବନ ରେ ତାଙ୍କୁ ହୃଦଘାତ ହୋଇଥିଲା I ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ନିର୍ମଳା ମିଶ୍ର ଷାଠିଏ ସତୁରି ଦଶକ ରେ ଓଡ଼ିଆ ସିନେଜଗତର ଜଣେ ଲୋକପ୍ରିୟ ଗାୟିକା ଥିଲେ। ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିବା ମିଶ୍ର ସଂଗୀତ ସୁଧାକର ବାଲକୃଷ୍ଣ ଦାସ ପୁରସ୍କାର ପାଇଛନ୍ତି, ଯାହାକି ଓଡିଆ ସଙ୍ଗୀତରେ ଆଜୀବନ ଅବଦାନ ପାଇଁ ଗାୟକଙ୍କୁ ପ୍ରଦାନ କରାଯାଇଥିଲା।

ବଙ୍ଗଳା ଭାଷାରେ ‘ଏମନ ଏକତା ଝିନୁକ’, ‘ବୋଲୋ ତୋ ଅରଶୀ’ ‘ଏଇ ବଙ୍ଗଳାର ମାଟି ଟେ’ ଭଳି ବଙ୍ଗାଳୀ ଗୀତରେ ସେ କଣ୍ଠଦାନ କରିଥିଲେ ।

ଓଡ଼ିଆରେ ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ‘ନିଦଭରା ରାତି ମଧୁଝରା ଜହ’୍ନ, ‘ମୋ ମନର ବୀଣାର ତାରେ’…, ‘ଜୀବନ ଯମୁନାରେ ଜୁଆର ଉଠେରେ’…., ‘ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା’…ଆଦି ଚିର ସବୁଜ ଗୀତ ରହିଛି । ସେ ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିଥିଲେ । ସେ ପ୍ରାୟ ୨୦ଟି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ କଣ୍ଠଦାନ କରିଛନ୍ତି ।

Comments are closed, but trackbacks and pingbacks are open.