ନୂଆଦିଲ୍ଲୀ: ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନା ଆତଙ୍କବାଦୀ ଶିବିର ଗୁଡ଼ିକୁ ଅତି ସଠିକ୍ ଓ ସତର୍କତାର ସହ ଟାର୍ଗେଟ କରିଛି । PIB ସୂଚନା ଦେଇଛି ଯେ ‘ଅପରେସନ୍ ସିନ୍ଦୂର’ ଅତ୍ୟନ୍ତ ରଣନୀତିକ ଭାବରେ ଯୋଜନା କରାଯାଇଥିଲା, ଯାହାଦ୍ୱାରା ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ଉଚିତ୍ ଜବାବ ଦିଆଯାଇଛି । ଆତଙ୍କବାଦ ବିରୋଧରେ ଏହା ଭାରତର ବଡ଼ ପ୍ରହାର। ମଙ୍ଗଳବାର ଅଧ ରାତିରେ ‘ଅପରେସନ୍ ସିନ୍ଦୂର’ ସଫଳ। ସିନ୍ଦୂରର ବଦ୍ଲା ସିନ୍ଦୂରରେ ନେଇଛି ସେନା। ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୩୦ ମିନିଟରେ ଏହି ମିସାଇଲ୍ ଆଟାକ୍ ହୋଇଛି । ବିଶେଷ କରି ପାକିସ୍ତାନର ବାହାଓ୍ବଲପୁର, କୋଟଲି ଓ ମୁଜାଫରାବାଦ ଥିବା ୯ଟି ଆତଙ୍କୀ ଠିକଣାରେ ଷ୍ଟ୍ରାଇକ୍ ହୋଇଛି । ଏନେଇ ଭାରତୀୟ ସେନା ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ଅପରେସନ ସିନ୍ଦୂର’ ପୋଷ୍ଟ କରି ସ୍ପଷ୍ଟ କରିଛି । ପ୍ରେସ ରିଲିଜ୍ରେ କୁହାଯାଇଛି, ଯେ ଏହି ଅପରେସନ୍ ସମୟରେ ପାକିସ୍ତାନର ସାମରିକ ଭିତ୍ତିଭୂମିକୁ ସ୍ପର୍ଶ କରାଯାଇନାହିଁ । ଏୟାର ଷ୍ଟ୍ରାଇକର ପ୍ରକୃତ ଉଦ୍ଦେଶ୍ୟ ହେଉଛି, ଆତଙ୍କବାଦର ମୂଳୋତ୍ପାଟନ କରିବା । ପଡ଼ୋଶୀ ଦେଶ ସହିତ ସଂଘର୍ଷ କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ଭାରତର ପ୍ରାୟ ୨୪୪ ସ୍ଥାନରେ ହେବାକୁ ଥିବା ମକ୍ଡ୍ରିଲ୍ର କିଛି ଘଣ୍ଟା ପୂର୍ବରୁ ବାୟୁସେନା ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧ ନିଆଁରେ ଜଳୁଥିଲା ଭାରତ ।
Comments are closed, but trackbacks and pingbacks are open.