ସସ୍ପେଣ୍ଡ ହେଲେ ସିନ୍ଧେକେଲା ଆଇ.ଆଇ.ସି

115

ବଲାଙ୍ଗୀର : ସସ୍ପେଣ୍ଡ ହେଲେ ସିନ୍ଧେକେଲା ଆଇ.ଆଇ.ସି ଆଲୋକ କୁମାର ବେହେରା I ନିଜ ଅଫିସ ଭିତରରେ ୨୫ ହଜାର ତାଙ୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଆଇ ଆଇ ସି Iଏହି ମାମଲାରେ ଆଜି ଡିଜିପି ସୁନିଲ ବଂଶଲ ଆଲୋକ ବେହେରାଙ୍କୁ ଚାକିରିରୁ ନିଲମ୍ବନ କରିଥିବା ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ୨୦୨୦ ମସିହାର ଏକ ବ୍ୟାଙ୍କ ଠକେଇ ମାମଲାରେ କେଶକୁ ରଫାଦଫା କରିବା ପାଇଁ ବ୍ୟାଙ୍କ୍‌ ମ୍ୟାନେଜର ଅଜିତ କୁମାର ଘଡେଇଙ୍କ ଠାରୁ ଗତ ୪ ତାରିଖରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଲୋକ କୁମାର ବେହେରାଙ୍କୁ ଧରିଥିଲା ଭିଜିଲାନ୍ସ । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

Comments are closed, but trackbacks and pingbacks are open.