ଶିଖ୍ ଫର ଜଷ୍ଟିସ୍’ (SFJ) ର ବିବାଦୀୟ ବୟାନ :ଭାରତ ର ସଂସଦ ଉପରେ ଖଲିସ୍ତାନୀ ପତାକା ଉଡାଇଲେ ଏକ କୋଟି ଟଙ୍କା ପୁରସ୍କାର ମିଳିବ

20

ଜେନେଭା: ଖଲିସ୍ତାନୀ ସଂଗଠନ ‘ଶିଖ୍ ଫର ଜଷ୍ଟିସ୍’ (SFJ) ଏହାର ଭାରତ ବିରୋଧୀ କାର୍ଯ୍ୟକଳାପରୁ ବିରତ ହେଉନାହିଁ I
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲାଗୁ ହୋଇଥିବା ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କଇଛନ୍ତି I ଏହା ପରେ ମଧ୍ୟ ଚାଷୀ ସଂଗଠନ ଗୁଡିକ ତାଙ୍କ ଆନ୍ଦୋଳନ ଜାରି ରଖିଛନ୍ତି I ଏହି ପରିପ୍ରେକ୍ଷୀରେ ‘ଶିଖ୍ ଫର ଜଷ୍ଟିସ୍’ (SFJ) ଚାଷୀ ସଂଗଠନ ଗୁଡିକୁ କହିଛି ଯେ ଶୀତକାଳୀନ ଅଧିବେଶନ ଆରମ୍ଭରେ ସଂସଦ କୁ ଘେରାଉ କରି ଜାତୀୟ ବିରୋଧୀ କାର୍ଯ୍ୟକଳାପ ଚାଲୁ ରଖିବାକୁ । ଏଥିପାଇଁ ସେମାନଙ୍କୁ ପ୍ରଲୋଭନ ମଧ୍ୟ ଦେଇଛି | ଏହି ସଂଗଠନ ଭାରତର ରାଜଧାନୀ ଦିଲ୍ଲୀ ସୀମାରେ କିଛି କୃଷକ ନେତାଙ୍କଠାରୁ ଡେଗ୍ ଟେଗ ଫତେହ ରାଲି ବାହାର କରିବାକୁ ଆହ୍ବାନ ଦେଇଛି I

ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା ଏହି ସଂଗଠନ | ଏଥିପାଇଁ ଏହି ଲୋକମାନେ ଆତଙ୍କବାଦୀଙ୍କ ପରି କାର୍ଯ୍ୟକଳାପ କରିବା ପାଇଁ ଦିନରାତି ଷଡଯନ୍ତ୍ର କରୁଛି I ବର୍ତ୍ତମାନ ଏହି ‘ଶିଖ୍ ଫର ଜଷ୍ଟିସ୍’ ( SFJ ) ସଂଗଠନ କହିଛି ଯେ ଯଦି ଚାଷୀ ସଂଗଠନ ୨୯ ନଭେମ୍ବର ୨୦୨୧ ରେ ଭାରତ ର ସଂସଦରେ ଖଲିସ୍ତାନ ପତାକା ଉତ୍ତୋଳନ କରନ୍ତି ତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ମିଳିବ I

ଜେନେଭାରୁ ଆସିଥିବା ଏକ ଭିଡିଓ ବାର୍ତ୍ତାରେ SFJ କାଉନସିଲର ଗୁରୁ ପତୱନ୍ତ ସିଂ ପନ୍ନୁ କହିଛନ୍ତି, ‘ଯେତେବେଳେ ଭାରତର ସ୍ୱାଧୀନତା କଥା ଆସିଲା ସେତେବେଳେ ମଧ୍ୟ ଭଗତ ସିଂ ସଂସଦ ଉପରେ ବୋମା ପକାଇ ଥିଲେ, ବର୍ତମାନ ଆମେ କେବଳ ପଞ୍ଜାବର କୃଷକମାନଙ୍କ ସ୍ୱାଧୀନତା ପାଇଁ ସଂସଦ ଉପରରେ ଖାଲିସ୍ତାନର ପତାକା ଉତ୍ତୋଳନ କରିବାକୁ କହିଛୁ I

Leave A Reply

Your email address will not be published.