ସିଦ୍ଧୁଙ୍କ ପତ୍ନୀ କ୍ୟାନ୍ସରରେ ଆକ୍ରାନ୍ତ

25

ନବଜୋତ୍ ସିଂହ ସିଦ୍ଧୁ ୧୯୮୮ର ଏକ ରୋଡ୍ ରେଜ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି । ହେଲେ ଏପଟେ ତାଙ୍କ ପତ୍ନୀଙ୍କୁ ଆକ୍ରାନ୍ତ କରିଛି କ୍ୟାନ୍ସର ଭଳି ଘାତକ ରୋଗ । ଏନେଇ ନିଜେ ନବଜୋତ୍ କୌର ଟ୍ୱିଟ୍ କରି ଜଣାଇଛନ୍ତି, ଯାହା ସମସ୍ତଙ୍କୁ ଭାବବିହ୍ୱଳ କରିଛି । ପଞ୍ଜାବ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ନବଜୋତ୍ ସିଂହ ସିଦ୍ଧୁଙ୍କ ପତ୍ନୀ କ୍ୟାନ୍ସରରେ ଆକ୍ରାନ୍ତ । ବର୍ତ୍ତମାନ ସେ କ୍ୟାନ୍ସରର ଷ୍ଟେଜ୍ -୨ରେ ଥିବା କହିଛନ୍ତି ।

ଫଳରେ ମାନସିକ ସ୍ତରରେ ଭାରାକ୍ରାନ୍ତ ହୋଇପଡୁଛନ୍ତି ନବଜୋତ୍ କୌର, ଯାହାର ଆଭାଓ ତାଙ୍କ ଟ୍ୱିଟରୁ ମିିଳିଛି । ‘ଏପରି ସମୟରେ ତାଙ୍କ ସ୍ୱାମୀ ନବଜୋତ୍ ସିଦ୍ଧୁ ତାଙ୍କ ପାଖରେ ନରହି ଜେଲ ଦଣ୍ଡ ଭୋଗୁଛନ୍ତି । ଯାହା ସେ କରିନାହାଁନ୍ତି ସେ ଦୋଷ ପାଇଁ ଦଣ୍ଡ ପାଉଛନ୍ତି । ଏହି ମାମଲାରେ ଜଡିତ ଥିବା ସମସ୍ତଙ୍କୁ କୋର୍ଟ ମୁକ୍ତ କରିସାରିଲେନି ହେଲେ ତାଙ୍କ ସ୍ୱାମୀଙ୍କ ପାଇଁ କ୍ଷମା ନାହିଁ ।

ପ୍ରତିଦିନ ତାଙ୍କର ଅପେକ୍ଷାରେ ସମୟ କଟୁଛି । ବାରମ୍ବାର ନବଜୋତଙ୍କୁ ନ୍ୟାୟରୁ ବଞ୍ଚି ହେଉଥିବା ଦେଇ ତାଙ୍କୁ ଅପକ୍ଷା କରିଛନ୍ତି’ ବୋଲି ଟ୍ୱିଟ୍ କରିଛନ୍ତି ନବଜୋତ୍ କୌର । ଏହି ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments are closed, but trackbacks and pingbacks are open.