ସିଦ୍ଧୁ ଙ୍କ ପଞ୍ଜାବ କଂଗ୍ରେସ କୁ ଲେଉଟିବା ସୂଚନା

28

ଦିନକୁ କୁ ଦିନ ପଞ୍ଜାବ ରାଜନୀତି ସରଗରମ ହେବାରେ ଲାଗିଛି ଇ ଚାଲିଛି ହାଇ ଭୋଲ୍ଟେଜ ଡ୍ରାମା ଆରୋପ ,ପ୍ରତ୍ୟାରୋପ ଆଉ ବୟାନ ବାଜି I ଏହି ରାଜନୈତିକ ହଟଚମଟ ଭିତରେ ପୁଣି ସିଦ୍ଧୁ ଜାତୀୟ କଂଗ୍ରେସ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରି ବୟାନ ଦେଇଛନ୍ତି -“ମୁଁ ରାହୁଲ ଗାନ୍ଧୀ- ପ୍ରିୟଙ୍କାଙ୍କ ସହିତ ସବୁବେଳେ ଛିିଡା ହେଇରହିବି” । କିଛି ଦିନ ପୂର୍ବରୁ ପଞ୍ଜାବର ନୂଆ ଡିଜିପି ଓ ଆଡଭୋକେଟ୍ ଜେନେରାଲ ନିଯୁକ୍ତି ରେ ନିଜର ଅସନ୍ତୋଷ ଜାହିର କରି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଦେଇଥିଲେ ଇ କିନ୍ତୁ ବର୍ତ୍ତମାନ ସେ ନିଜ କଥାକୁ ପରିବର୍ତ୍ତନ କରି କହିଛନ୍ତି, ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସାଥୀରେ ସବୁବେଳେ ଛିଡା ହୋଇଛନ୍ତି । ନବଜୋତ୍ ସିଂହ ସିଦ୍ଧୁ କହିଛନ୍ତି, ସେ ସବୁବେଳେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସିଦ୍ଧାନ୍ତରେ ଚାଲି ଆସିଛନ୍ତି । ସେ ପାର୍ଟିରେ କୌଣସି ପୋଷ୍ଟରେ ନରହିଲେ ବି ସବୁବେଳେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଛିଡା ହୋଇ ରହିବେ । ଖାଲି ସେତିକି ନୁହେଁ, କିଛି ନକରାତ୍ମକ ଶକ୍ତି ତାଙ୍କୁ ହରାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ପଞ୍ଜାବ, ପଞ୍ଜାବୀ କେବେ ବି ହାରେନାହିଁ ବୋଲି ସିଦ୍ଧୁ କହିଛନ୍ତି । ଏଥିସହିତ ସିଦ୍ଧୁ ଦାବି କରିଛନ୍ତି, ପଞ୍ଜାବ କଂଗ୍ରେସ ଏବେ ବି ଏକ ହୋଇରହିଛି । ଆଗାମୀ ବିଧାନସଭା ନିର୍ବାଚନରେ ଦଳ ବଡ ବିଜୟ ହାସଲ କରିବ ।

ତେବେ ସୂଚନା ଅନୁଯାୟୀ ପଞ୍ଜାବ କଂଗ୍ରେସର ତୀବ୍ର ଗୋଷ୍ଠୀ କନ୍ଦଳ କାରଣରୁ ସେଠାରେ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରେନ୍ଦର ସିଂ ଇସ୍ତଫା ଦେଇଥିବା ବେଳେ ପିସିସି ସଭାପତି ପଦରୁ ନବୋଜତ୍‌ ସିଂହ ଇସ୍ତଫା ଦେଇଥିଲେ। ତେବେ ଏହାରି ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ସିଦ୍ଧୁ ନିଜ ଆଭିମୁଖ୍ୟ ବଦଳାଇଛନ୍ତି। ଏହି ଆଲୋଚନା ସଫଳ ହୋଇଥିବା ଖବର ମିଳିଛି । ଆଉ ସିଦ୍ଧୁ ପୁଣି ଖୁବଶୀଘ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Leave A Reply

Your email address will not be published.