ଏଭରେଷ୍ଟ ଶୀର୍ଷରେ ପହଞ୍ଚି ରେକର୍ଡ କଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ
ଏଭରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କଲେ ସିଦ୍ଧାର୍ଥ ରାଉତରାୟ । ସାଙ୍ଗରେ ଜାତୀୟ ପତାକା ଓ ଜଗନ୍ନାଥଙ୍କ ଫଟୋ ନେଇ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ଆଜି ଭୋର ୪ଟା ୧୫ରେ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ତାଙ୍କ ଲକ୍ଷ୍ୟ ପୂରଣ କରିଥିବା ନେଇ ବାପା ତଥା ବିଧାୟକ ସୁରେଶ ରାଉତରାୟ ଏହି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୪୫ ଜଣ ଭାରତୀୟ ଶୀର୍ଷରେ ପହଞ୍ଚିଥିବା ବେଳେ, ସଫଳତାର ପୃଷ୍ଠାରେ ଓଡ଼ିଆ ପୁଅ ସିଦ୍ଧାର୍ଥ ତାଙ୍କ ନାଁ ଯୋଡ଼ିଛନ୍ତି । ଏହି ଲକ୍ଷ୍ୟ ପୂରଣ ପୂର୍ବରୁ ସିଦ୍ଧାର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସଫଳତା କାମନା କରିଥିଲେ I
ସେହିପରି ଉତ୍ତର ଆମେରିକାର ମାଉଣ୍ଟ ଦେନ୍ନାଲି, ଦକ୍ଷିଣ ଆମେରିକାର ମାଉଣ୍ଟ ଆକୋନ୍କାଗୁଆ ଓ ଆଫ୍ରିକାର କିଲିମାଞ୍ଜେରୋ । ସେହିପରି ସାତୋଟି ମହାଦେଶର ସାତୋଟି ଶିଖର ଆରୋହଣ ସହ ଶ୍ରୀଜଗନ୍ନାଥ ମନ୍ଦିରର ବାନା ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସିଦ୍ଧାର୍ଥ ରାଉତରାୟ ।ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ଏବେ ଆମେରିକାର ସିଲିକନ ଭ୍ୟାଲିରେ ରହୁଛନ୍ତି ।
Comments are closed, but trackbacks and pingbacks are open.