ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ-କିଆରା

19

ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ । ମଙ୍ଗଳବାର ଅଧିକାରୀକ ଭାବେ ଉଭୟ ପତି-ପତ୍ନୀ ହୋଇଛନ୍ତି । ଜୟସାଲମାରର ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହୋଇଛି ଗ୍ରାଣ୍ଡ୍‌ ଓ୍ବେଡିଂ । ବିବାହ ଉତ୍ସବରେ ସିଦ୍ଧାର୍ଥ ଓ କିଆରାଙ୍କ ପରିବାର ସଦସ୍ୟଙ୍କ ବ୍ୟତିତ ହାତଗଣତି କିଛି ବନ୍ଧୁ ଓ ପରିଜନ ଉପସ୍ଥିତ ଥିଲେ । ବଲିଉଡ ଚଳଚିତ୍ର ଜଗତର ମଧ୍ୟ କିଛି ସହ-କଳାକାର ବିବାହ ଉତ୍ସବରେ ସାମିଲ ହୋଇଛନ୍ତି ।

ଫିଲ୍ମ ସେରଶାହ ପରେ ପରେ ଉଭୟଙ୍କ ସମ୍ପର୍କକୁ ନେଇ ଗୁଜବ ଉଠିଥିଲା । ସିଦ୍ଧାର୍ଥ ମାଲହୋତ୍ରା କିଆରାଙ୍କୁ ଡେଟ୍‌ କରୁଥିବା ନେଇ ମଧ୍ୟ ଜୋର ଧରିଥିଲା ଚର୍ଚ୍ଚା । ସେତେବେଳେ କିନ୍ତୁ ସମ୍ପର୍କକୁ ନେଇ ମୁହଁ ଖୋଲିନଥିଲେ ଉଭୟ । ଏବେ ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ । ସୋମବାର ବିବାହ ସମ୍ପନ୍ନ ହେବା ନେଇ ଖବର ମିଳିଥିଲା । କିନ୍ତୁ କୌଣସି କାରଣରୁ ବାହାଘର ମଙ୍ଗଳବାରକୁ ରଖାଯାଇଥିଲା ।

ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ବିବାହ ଉତ୍ସବରେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଜୁହି ଚାଓ୍ବଲା, ସାହିଦ କପୁର, ମୀରା କପୁର, କରନ ଜୋହର ମଧ୍ୟ ବିବାହ ଉତ୍ସବରେ ସାମିଲ ହୋଇଥିବା କୁହାଯାଉଛି ।

Comments are closed, but trackbacks and pingbacks are open.