ବିବାହ କରିବେ ସିଦ୍ଧାର୍ଥ ଓ କିଆରା

36

ମୁମ୍ବାଇ:ଫେବ୍ରୁଆରୀରେ ବିବାହ କରିବେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ । ୨୦୨୩ ଫେବୃଆରୀ ୬ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ । ରାଜସ୍ଥାନ ଜୈସଲମେର ପ୍ୟାଲେସରେ ରାଜକୀୟ ଢଙ୍ଗରେ ହେବ ବିବାହ । ୪ ଓ ୫ରେ ପ୍ରି ଓ୍ଵେଡିଂ ସେରିମୋନୀ ହେବ । ମେହେନ୍ଦୀ, ସଙ୍ଗୀତ, ହଲଦି ସବୁ ପାଇଁ ରହିଛି ନୂଆ ଥିମ । କିଛି ବନ୍ଧୁ ଓ ପରିବାର ଲୋକଙ୍କୁ ନେଇ ୬ରେ ହେବ ବିବାହ । କିଛି ଦିନ ତଳେ ଫ୍ୟାସନ ଡିଜାଇନର ମନିଷ ମଲହୋତ୍ରାଙ୍କ ଘରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା । ଉୟୟଙ୍କ ବିବାହ ଡ୍ରେସ ଡିଜାଇନ କରୁଛନ୍ତି ମନିଷ । ଦୁହେଁ ‘ଶେରସାହା’ ଫିଲ୍ମରେ ଏକାଠି ଅଭିନୟ କରିଥିଲେ । ଫିଲ୍ମରେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବେ ରିୟଲରେ ଏହି ଯୋଡିଙ୍କୁ ଦେଖିବାକୁ ମିଳିବ ।

Comments are closed, but trackbacks and pingbacks are open.