ଏସଆଇ ନିଯୁକ୍ତି କେଳେଙ୍କାରୀ: ଅଭିଯୁକ୍ତ ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚର ଚଢାଉ

236

ଭୁବନେଶ୍ବର : ପୁଲିସ ଏସଆଇ କେଳେଙ୍କାରି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିର ପୈତୃକ ଘରେ କ୍ରାଇମ୍ ବ୍ରାଞ୍ଚ ଚଢ଼ାଉ କରିଛି। ତିନିଜଣିଆ ଟିମ୍ ମୁନାର କଳାପଥର ତଳ ସାହି ସ୍ଥିତ ବାସଭବନରେ ଚଢ଼ାଉ କରିଛନ୍ତି।ଘଟଣାସ୍ଥଳରେ ବୈଦେଶ୍ବର ପୁଲିସ ଉପସ୍ଥିତ ରହିଛି। ମୁନାର ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ମାଟ୍ରିକ ଫେଲ୍ ମୁନା ପୂର୍ବରୁ ଗଂଜେଇ କାରବାର କରୁଥିଲା। ପରେ ପ୍ଲଟ୍ ବିକ୍ରିରେ ମାତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା। ପରେ ବିଭିନ୍ନ ସରକାରୀ ନିଯୁକ୍ତିରେ କୋଟି କୋଟି ଟଙ୍କାର କାରବାର କରିବା ପଛରେ ତାର ଭୂମିକା ସାମ୍ନାକୁ ଆସିଥିବା ବେଳେ ଏସ ଆଇ ନିଯୁକ୍ତିରେ ତାର ସବୁ ଗୁମର ଖୋଲିଯାଇଥିଲା। ଏବେ ମୁନା ଓ ତାର ସହଯୋଗୀ ମାନେ କ୍ରାଇମବ୍ରାଞ୍ଚ କବଜାରେ ରହିଥିବା ବେଳେ ମୁନାର ଇତିହାସ ଖୋଳତାଡ଼ କରିବା ଆରମ୍ଭ କରିଛି ତଦନ୍ତକାରୀ ଟିମ୍।‌ ମୁନା କଳାପଥରରେ କେଉଁଠି ଟଙ୍କା ବିନିଯୋଗ କରିଥିଲା, ତା ନେଟୱର୍କ ରେ ଆଉ କିଏ କିଏ ସାମିଲ ସେ ସବୁର ତଦନ୍ତ ଜାରି ରହିଛି।

Comments are closed, but trackbacks and pingbacks are open.