୨୬ରେ ଏସଆଇ ପରୀକ୍ଷା; ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି

260

ଭୁବନେଶ୍ଵର: ନଭେମ୍ବର ୨୬ରେ ହେବ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ।ଏନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ପ୍ରେସ ମଧ୍ୟମରେ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ନଭେମ୍ବର ୨୬ରେ ପରୀକ୍ଷା କରାଯିବାକୁ ଆପାତତଃ ସ୍ଥିର ସୂଚନା ମିଳିଛି ।ରାଜ୍ୟର ସମସ୍ତ ଜିଲ୍ଲାରେ OMR ପ୍ରଣାଳୀରେ ପରୀକ୍ଷା କରାଯିବ ।

ତେବେ ପରୀକ୍ଷା ସମ୍ପନ୍ଧୀୟ ସମସ୍ତ ତଥ୍ୟ ଇ-ମେଲ୍ ସାହାଯ୍ୟରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ  ବୋଲି  କୁହାଯାଇଛି ।

Comments are closed, but trackbacks and pingbacks are open.