ଦିନିକିଆରେ ଶୁଭମନ୍ ଗିଲଙ୍କ ଦ୍ୱିତୀୟ ଦ୍ୱିଶତକ

13

ନୂଆଦିଲ୍ଲୀ: ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୁଭମନ୍ ଗିଲ୍ ଦ୍ୱିଶତକ ହାସଲ କରିଛନ୍ତି । ଗିଲ୍ ଦିନିକିଆ ଫର୍ମାଟରେ ଦ୍ୱିତୀୟ ଥର ପାଇଁ ୨୦୦ ରନ୍ କରିଛନ୍ତି । ଏହି ସଫଳତା ପରେ ସେ ଭାରତ ପାଇଁ ଦିନିକିଆରେ ଦ୍ୱିତୀୟ ଥର ଦ୍ୱିଶତକ ହାସଲ କରିବାରେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି ।ଶୁଭମନ୍ ଗିଲ୍ ୨୦୨୩ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୦୮ ରନ କରି ନିଜର ପ୍ରଥମ ଦ୍ୱିଶତକ ମାରିଥିଲେ । ଦିନିକିଆରେ ସବୁଠାରୁ ପ୍ରଥମେ ଦ୍ୱିଶତକ ହାସଲ କରିବାର ରେକର୍ଡ ସଚିନ୍ ତେନ୍ଦୁଲକରଙ୍କ ନାଁରେ ଅଛି । ସେ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୨୦୦ ରନ କରିଥିଲେ । ଏହାପରେ ୨୦୧୧ରେ ବିରେନ୍ଦ୍ର ସେହୱାଗ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୧୯ ରନ କରିଥିଲେ ।ସଚିନ ଏବଂ ସେହୱାଗଙ୍କ ପରେ ରୋହିତ ଶର୍ମା ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ରନ କରିଥିଲେ l ବର୍ତମାନ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ୧୦ ଜଣ ବ୍ୟାଟର ଦ୍ୱିଶତକ କରିପାରିଛନ୍ତି l

Comments are closed, but trackbacks and pingbacks are open.