ଶୁଭଶ୍ରୀ ମୃତ୍ୟୁ ମାମଲା : ପୁରୁଷବନ୍ଧୁଙ୍କୁ ବାନ୍ଧିଲା ପୋଲିସ

22

ଭୁବନେଶ୍ୱର : ଶାସ୍ତ୍ରୀନଗର ର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରୁ ହଟିଲା ପରଦା। ଏହା ଏକ ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ। ଶୁଭଶ୍ରୀଙ୍କ ଆତ୍ମହତ୍ୟା ପଛରେ ରହିଛି ତାଙ୍କ ପୁଋଷବନ୍ଧୁ ଚିତ୍ତରଂଜନ ଜେନାଙ୍କ ହାତ। ଅନେକ ତନାଘନା ପରେ ଏହି ବହୁ ଚର୍ଚ୍ଚିତ ମୃତ୍ୟୁ ମାମଲା ଉପରୁ ପରଦା ହଟାଇଛି କମିଶନରେଟ୍ ପୋଲିସ।

ଅଗଷ୍ଟ ୩୦ତାରିଖ ସନ୍ଧ୍ୟା ରେ ଶାସ୍ତ୍ରୀ ନଗର ରେ ରହୁଥିବା ଶୁଭଶ୍ରୀ ମହାପାତ୍ରଙ୍କର ନିଜ ଘରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଥିଲା I ଏହା ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହିତ ଖାରବେଳନଗର ଥାନା ପୋଲିସ ଜୋରଦାର ତଦନ୍ତ ଚଳାଇଥିଲା I ତେବେ ଗତକାଲି ଶୁଭଶ୍ରୀ ଙ୍କ ଫୋନ ର କଲ ରେକର୍ଡରୁ ମୃତ୍ୟୁ ସମ୍ପର୍କିତ ସମସ୍ତ ତଥ୍ୟ ପାଇଥିଲା ପୋଲିସ I ଶୁଭଶ୍ରୀଙ୍କ ମୃତ୍ୟୁ କେମିତି ହେଲା ଏବଂ ଏଥିରେ ପୁଋଷବନ୍ଧୁଙ୍କର ଭୂମିକା କଣ, ସେନେଇ ସ୍ପଷ୍ଟ କରିଛନ୍ତି ଡିସିପି।

ଘଟଣା ସଂପର୍କରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଶୁଭଶ୍ରୀଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ପରକୀୟା ସଂପର୍କ, ଅବିଶ୍ୱାସ, ଝଗଡ଼ା। ଆଉ ଆତ୍ମହତ୍ୟା ପାଇଁ ଶୁଭଶ୍ରୀଙ୍କ ପ୍ରେମିକ ଦାୟୀ। ସେହି ଆଧାରରେ ପୁଲିସ ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଥ୍ୟ ପ୍ରମାଣ ପାଇଁ ପୁରୁଷ ବନ୍ଧୁଙ୍କୁ ବିଭିନ୍ନ ଜାଗାକୁ ନେଇ ତଦନ୍ତ କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

୨୦୧୪ରେ ବାହା ହୋଇଥିବା ଶୁଭଶ୍ରୀଙ୍କ ସହ ୨୦୧୯ରେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ ଆସିଥିଲେ। ତେବେ ଶୁଭଶ୍ରୀଙ୍କ ସ୍ୱାମୀ ମଝିରେ ମଝିରେ ତାଙ୍କୁ ସନ୍ଦେହ କରୁଥିଲେ । ଚିତ୍ତରଞ୍ଜନ ଶୁଭଶ୍ରୀଙ୍କ ଘରକୁ ମଧ୍ୟ ଯାଉଥିଲେ।୨୦୧୪ରେ ବାହା ହୋଇଥିବା ଶୁଭଶ୍ରୀଙ୍କ ସହ ୨୦୧୯ରେ ଚିତ୍ତର ସଂପର୍କ ହୋଇଥିଲା। ସଂପର୍କ ବଢ଼ିବା ସହ ଉଭୟ ଲଜ୍‌ରେ ରହୁଥିଲେ, ବାହାରେ ବୁଲୁଥିଲେ। ସଂପର୍କକୁ ନେଇ ସନ୍ଦେହ କରୁଥିବା ଶୁଭଶ୍ରୀଙ୍କ ସ୍ୱାମୀ। ୨୮ରେ ଗାଁକୁ ଯାଇଥିଲେ। ଶୁଭଶ୍ରୀ ଜଣେ ସଂପର୍କୀୟକୁ ଭେଟିବାକୁ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସଂପର୍କୀୟଙ୍କୁ ଭେଟିବାକୁ ଯିବାକୁ ନେଇ ଚିତ୍ତ ଶୁଭଶ୍ରୀଙ୍କୁ ଗାଳି ଦେଇଥିଲା।

ଏପରିକି ଶୁଭଶ୍ରୀଙ୍କ ଘରକୁ ଯାଇ ଚିତ୍ତ ଝଗଡ଼ା ସହ ମାରଧର କରିଥିବା ମାନିଛି। ଏହାକୁ ନେଇ ମାନସିକ ଅଶାନ୍ତିରେ ଥିବା ଶୁଭଶ୍ରୀ ଆତ୍ମହତ୍ୟା କରିଛନ୍ତି। ଘଟଣା ଦିନ ଚିତ୍ତକୁ ଫୋନ୍‌ରେ କହି ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ। ଚିତ୍ତ ଦୋଷ ସ୍ୱୀକାର କରିଛି, ତାକୁ ଗିରଫ କରାଯାଇଛି ବୋଲି ଡିସିପି କହିଛନ୍ତି।

୩୦ ଅଗଷ୍ଟ ୨୦୨୨ ଶୁଭଶ୍ରୀ ଏବଂ ବୟଫ୍ରେଣ୍ଡ ଚିତ୍ତରଂଜନଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ଝଗଡା ଏତେ ବଢିଯାଇଥିଲା ଯେ, ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତି ନେଇଥିଲେ ଶୁଭଶ୍ରୀ। ବେକରେ ଓଢଣୀ ଲଗାଇ ଫ୍ୟାନରେ ଝୁଲି ପଡିଥିଲେ। କିଛି ସମୟ ପରେ ଶୁଭଶ୍ରୀଙ୍କ ଘରକୁ ଆସିଥିଲେ ଚିତ୍ତରଂଜନ ଶୁଭଶ୍ରୀଙ୍କୁ ଫ୍ୟାନରେ ଝୁଲିବା ଦେଖି ଆଶଙ୍କା କରିଥିଲେ। ସେ ଏଥିରେ ଫସିବା ନିଶ୍ଚିତ। ତେଣୁ ସନ୍ଦେହ ଏଡାଇବାକୁ ମୃତଦେହକୁ ଫ୍ୟାନରୁ ଓହ୍ଲାଇ ବେଡ୍ ଉପରେ ଶୁଆଇ ଦେଇଥିଲେ। ପରେ ଶୁଭଶ୍ରୀଙ୍କ ଓଢଣୀକୁ ବରୁଣେଇ ବାଇପାସ୍ ନିକଟ ଏକ ଡ୍ରେନ୍ ମଧ୍ୟରେ ଫୋପାଡି ଦେଇଥିଲେ। ଆଜି ଅଭିଯୁକ୍ତ ଚିତ୍ତରଂଜନ ଜେନାଙ୍କୁ ସାଥିରେ ନେଇ ଶୁଭଶ୍ରୀଙ୍କ ଓଢଣୀ ଜବତ କରିଛି ପୋଲିସ। ପଟିଆ ଅଂଚଳରେ ଏକ ହୋଟେଲରେ ବି ପୋଲିସ ଛାନଭିନ କରିଛି।

ଶୁଭଶ୍ରୀ ଓ ଚିତ୍ତରଂଜନ ସ୍କୁଲ ବେଳର ସାଙ୍ଗ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସମ୍ପର୍କ ଥିଲା। ଏପରିକି ବାହାଘର ପରେ ବି ଉଭୟ ମିଳାମିଶା କରୁଥିଲେ। ଦୁହିଁଙ୍କ ସମ୍ପର୍କ ବିଷୟରେ ଶୁଭଶ୍ରୀଙ୍କ ସ୍ବାମୀ ବି ଜାଣିଥିଲେ। ଏହାକୁ ନେଇ ଘରେ ଅଶାନ୍ତି ଲାଗି ରହିଥିବା ପୋଲିସ କହିଛି। ଅଭିଯୁକ୍ତ ଚିତ୍ତରଂଜନ ବିରୋଧରେ ଆଇପିସିର ଦଫା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଏବଂ ଦଫା ୨୦୧ ଅର୍ଥାତ୍ ପ୍ରମାଣ ନଷ୍ଟ କରିବା ମାମଲା ରୁଜୁ କରିଛି।

Comments are closed, but trackbacks and pingbacks are open.