ଶ୍ରୀନଗରର ନୌଗାମ ପୋଲିସ ଷ୍ଟେସନ ପରିସରରେ ବିସ୍ଫୋରଣ ୯ ମୃତ୍ୟୁ, ୨୯ ଆହତ

350

ଜମ୍ମୁ କାଶ୍ମୀର: ଶ୍ରୀନଗର ସ୍ଥିତ ନୌଗାମ ପୁଲିସ ଥାନାରେ ହୋଇଥିବା ଏକ ବଡ ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ରୁ ଅଧିକ ଜଣ ଆହତ ହୋଇଛନ୍ତି । ଏହାସହିତ ଅନେକ ଗାଡି ସମ୍ପୂର୍ଣ୍ଣ ଜଳିଯାଇଛି । ବିସ୍ଫୋରଣରେ ପୁଲିସ ଥାନାର କୋଠାର ଏକ ଅଂଶ ମଧ୍ୟ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ସେ ଶରୀରର ବିଭିନ୍ନ ଅଂଶ ଖଣ୍ଡ ଖଣ୍ଡ ହୋଇ ୩୦୦ ଫୁଟ ଦୂର ପର୍ଯ୍ୟନ୍ତ ବିଛାଡି ହୋଇ ପଡିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣର ଶଦ୍ଦ ବହୁତ ଦୂର ପର୍ଯ୍ୟନ୍ତ ଶୁଭିଥିଲା ମିଳିଥିବା ସୂଚନା ଅନୁସାରେ ପୋଲିସ ଷ୍ଟେସନ ପରିସରରେ ଜବତ ଆମୋନିୟମ ନାଇଟ୍ରେଟ ଗଚ୍ଛିତ ଥିଲା ଯାହାର ଫରେନସିକ ଦଳ ତଦନ୍ତ କରୁଥିଲେ। ଏହି ଆମୋନିୟମ ନାଇଟ୍ରେଟ ଯୋଗୁ ବଡ଼ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ ସେହି ଅଞ୍ଚଳ ପ୍ରବଳ ଧୂଆଁମୟ ହୋଇଯାଇଥିଲା । ଉଦ୍ଧାରକାରୀ ଟିମ୍ ପ୍ରାୟ ଏକ ଘଣ୍ଟା ପରେ ଘଟଣାସ୍ଥଳକୁ ଯାଇପାରିଥିଲା ।

Comments are closed, but trackbacks and pingbacks are open.