ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ , ଵିକାଶ ନାଁରେ ବିଲୁପ୍ତ ନ ହେଉ : ଶଙ୍କରାଚାର୍ଯ୍ୟ

27

ଐତିହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ମତ ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହି ପ୍ରସଙ୍ଗ ଉପରେ ସପକ୍ଷ ଓ ବିପକ୍ଷବାଦୀଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଅଲୋଚନା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ଜଗଦଗୁରୁ। ତାଙ୍କ କହିବା ଅନୁସାରେ, ବିକାଶ ନାଁରେ ତୀର୍ଥଭୂମିର ଆଦର୍ଶ ଏବଂ ଅସ୍ଥିତ୍ୱକୁ ବିଲୁପ୍ତ କରାଯାଉଛି ।

ଏହାସହିତ ଶଙ୍କରାଚାର୍ଯ୍ୟ ବିକାଶର ପକ୍ଷଧର ବୋଲି ନିଜକୁ କହିଛନ୍ତି । କିନ୍ତୁ ମାର୍ଗକୁ ପ୍ରଶସ୍ତ କରିବା ପାଇଁ ମଠ ମନ୍ଦିର ଭାଙ୍ଗି ଯେଉଁ ବିନାଶ ଚାଲିଛି ତାହାକୁ ସେ ସମର୍ଥନ କରୁ ନାହାନ୍ତି ବୋଲି କହିଛନ୍ତି ଜଗଦଗୁରୁ । ଏହା ସହିତ ସେ ନିଜ ପୁରୁଣା କଥାକୁ ପୁଣି ଥରେ ଦୋହରାଇଛନ୍ତି । ତପଭୂମିକୁ ଭୋଗଭୂମିରେ ପରିଣତ କରାଯାଉଥିବା କଥାକୁ ସେ ଆଉଥରେ କହିଛନ୍ତି । ଯେଉଁ ବିଶ୍ୱାସ ସହିତ ଗୋଟିଏ ଦଳ ଅନେକ ବର୍ଷ ଧରି କ୍ଷମତାରେ ରହିଛି, ସେହି ସରକାର ଆମ ସଂସ୍କୃତି ଏବଂ ପରମ୍ପରାକୁ ବିଲୁପ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଶଙ୍କରାଚାର୍ଯ୍ୟ ମନ୍ତବ୍ୟ ଦେଇଛନ୍ତି । ଶାସନ ତନ୍ତ୍ର ନଭାବୁ ଯେ ଲୋକତନ୍ତ୍ର ସାଥିରେ ଅଛି। ଲୋକତନ୍ତ୍ର ବିବିଧ ହୋଇପାରେ। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ଆହ୍ଵାନ ଦେଇଛନ୍ତି।

Comments are closed, but trackbacks and pingbacks are open.