ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ : ମାମଲା କୁ ରଦ୍ଦ କରି ପିଟିସନର ଙ୍କୁ ଜୋରିମାନା ଲଗାଇଲେ ସୁପ୍ରିମକୋର୍ଟ

42

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ ପାଇଁ ହୋଇଥିବା ଆବେଦନକୁ ରଦ୍ଦ କରି ପ୍ରକଳ୍ପ ସପକ୍ଷ ରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ I ଏହି ପ୍ରକଳ୍ପକୁ ବନ୍ଦ କରିବାପାଇଁ ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳ ଏବଂ କିଛି ବୁଦ୍ଧିଜୀବୀଙ୍କ ତରଫରୁ ବିରୋଧ କରାଯାଉଥିଲା I କୋର୍ଟର ଦ୍ବାରସ୍ଥ ହୋଇଥିଲେ ଦୁଇ ଜଣ ଆବେଦନକାରୀ। ତେବେ ଆଜି ପରିକ୍ରମା ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଖୁସି ବ୍ୟକ୍ତ କରିଛନ୍ତି ପୁରୀର ସେବାୟତ ସମାଜ ଓ ବୁଦ୍ଧିଜୀବୀ।କିନ୍ତୁ ସୁପ୍ରିମକୋର୍ଟର ରାୟ ପରେ ଆବେଦନକାରୀ ଏବଂ ବିରୋଧୀଙ୍କୁ ଶକ୍ତ ଆଘାତ ଲାଗିଛି। ଏଥିସହ ଜନସ୍ୱାର୍ଥ୍ୟ ମାମଲା ବା ପିଆଇଏଲର ଅପବ୍ୟବହାର କରାଯାଇଥିବାରୁ ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଁଏ ଜରିମାନା ଲାଗୁ କରିଛନ୍ତି। ଏହି ଆବେଦନକୁ ‘ଗୁରୁତ୍ୱହୀନ’ ବୋଲି ବିବେଚନା କରିଛନ୍ତି କୋର୍ଟ। ଅଯଥା ପିଆଇଏଲ କରି କୋର୍ଟଙ୍କ ବହୁମୂଲ୍ୟ ସମୟ ଅଯଥା ନଷ୍ଟ କରିଥିବାରୁ ଏହି ଜରିମାନା ଲଗାଯାଇଛି ବୋଲି ଦର୍ଶାଯାଇଛି । ନିଜର ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆଜିକାଲି ଜନସ୍ୱାର୍ଥ ମାମଲା ସଂଖ୍ୟା ବଢିବାରେ ଲାଗିଛି । ଅନେକ ଆବେଦନ ନିଜସ୍ୱ ପ୍ରଚାର ପାଇଁ କରାଯାଉଛି । ଏପରି ପିଆଇଏଲ ଆବେଦନକୁ ନିନ୍ଦା କରିଛନ୍ତି କୋର୍ଟ। ଏହାସହିତ ବିକାଶ କାର୍ଯ୍ୟ ଅଟକିବା ଉଚିତ ନୁହଁ ଏବଂ ଏଭଳି ପିଆଇଏଲକୁ ବାଦ ଦିଆଯାଉଛି ବୋଲି କୋର୍ଟ କହିଛନ୍ତି।
ଆଜିର ସୁପ୍ରିମ କୋର୍ଟ ଙ୍କ ରାୟ ପରେ ଏହା ମହାପ୍ରଭୁଙ୍କ ବିଜୟ ବୋଲି ସେବାୟତ ମାନେ ମତବ୍ୟକ୍ତ କରିଛନ୍ତି। ଆଗକୁ ବର୍ଷା ଦିନ ଓ ରଥଯାତ୍ରା ଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ସେବାୟତ ମାନେ ମତ ରଖିଛନ୍ତି। ଏହି ଅବସରରେ ସେବାୟତମାନେ ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ୟନାୟକଙ୍କୁ ଭେଟି କୃତଜ୍ଞନ୍ତI ଜଣାଇଛନ୍ତି I

ସୂଚନାଯୋଗ୍ୟ ଶ୍ରୀମନ୍ଦିର ଏବଂ ଏହାର ଆଖପାଖରେ ଜାରି ଖନନ ଏବଂ ନିର୍ମାଣ ପ୍ରକଳ୍ପକୁ ବିରୋଧ କରି ଦୁଇ ଜଣ ଆବେଦନକାରୀ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ।

Comments are closed, but trackbacks and pingbacks are open.