ଭୁବନେଶ୍ବର: ଶ୍ରୀମନ୍ଦିରରୁ ଚୋରୀ ହୋଇଛି ବା ପାରଂପାରିକ ଔଷଧ। ମହାପ୍ରଭୃଙ୍କ ସ୍ବାସ୍ଥ୍ୟ ଭଲ ହେବା ପାଇଁ ଏହି ମୋଦକ ପ୍ରସ୍ତୁତ ହୋଇ ଆସିଥିଲା। ଠାକୁରଙ୍କୁ ଲାଗି କରିବା ପାଇଁ ମନ୍ଦିର ଭିତରେ ମୋଟ 313 ଟି ମୋଦକ ରଖାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ସେଥିରୁ 70ଟି ମୋଦକ କମ ପଡିଥିଲା। ଏହା କିପରି ହେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏ ନେଇ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଲିଖିତ ଆକାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇଛନ୍ତି । ସେ କହିଛନ୍ତି କବିରାଜ ସେବକମାନେ ଶ୍ରୀମନ୍ଦିର ଗାରଦ କାର୍ଯ୍ୟାଳୟରେ କମାଣ୍ଡରଙ୍କ ତତ୍ତ୍ୱାବଧାନରେ ଜମା ଦେଇଥିବା ଦେଇଥିବା ମୋଦକ ମଧ୍ୟରୁ ୭୦ଟି କମ୍ ରହିଛି । ଏହା କିପରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଉପରେ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।
Comments are closed, but trackbacks and pingbacks are open.