ଶ୍ରଦ୍ଧା ହତ୍ୟାକାଣ୍ଡ ପାର୍ଟ ୨ : ପ୍ରେମିକାକୁ ହତ୍ୟା କରି ୬ ଖଣ୍ଡ କଲା ନୃଶଂସ ପ୍ରେମିକ

24

ଉତ୍ତରପ୍ରଦେଶ : ସାରା ଦେଶରେ ଶ୍ରଦ୍ଧା ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ପୁଣି ଆଉ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି I ଦିଲ୍ଲୀରେ ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି କାଟି ଫ୍ରିଜ ରେ ରଖିଥିଲା ଆଫତାବ । ସେହିପରି ଉତ୍ତର ପ୍ରଦେଶର ଆଜମଗଡ଼ ରେ ନିଜ ପ୍ରେମିକକୁ ୬ ଖଣ୍ଡ କରି କାଟି କୂଅରେ ପକାଇଦେଲା ନୃଶଂସ ପ୍ରେମିକ I

ଘଟନାନୁସାରେ,ଉତ୍ତରପ୍ରଦେଶ ଆଜମଗଡର ପ୍ରିନ୍ସ ଯାଦବ ଓ ଇସାକପୁର ଗାଁର ଆରାଧନା। ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ବେଶ୍ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଥିଲା। ପ୍ରିନ୍ସ ଦେଶ ଛାଡି ଶାରଜାରେ କାମ କରୁଥିଲା। କିନ୍ତୁ ଗତ ଫେବୃଆରୀରେ ଆରାଧନାଙ୍କ ବିବାହ ଆଉ ଜଣଙ୍କ ସହିତ ହୋଇଯାଇଥିଲା। ଏହାକୁ ନେଇ ରାଗି ଯାଇଥିଲା ପ୍ରିନ୍ସ। ଏହା ପରେ ସେ ଆରାଧନାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ପରେ ସେ ଆରାଧନାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଏଥିପାଇଁ ସେ ତା’ର ପରିବାର ସଦସ୍ୟଙ୍କୁ ମଧ୍ୟ ସାମିଲ କରିଥିଲା । ସେଥିପାଇଁ ଆରାଧନାଙ୍କୁ ରାସ୍ତାରୁ ହଟାଇବାର ଯୋଜନା କରିଥିଲା ଓ ସଫଳ ମଧ୍ୟ ହୋଇଥିଲା। ପ୍ରିନ୍ସର ଏହି ହତ୍ୟା କରିବା ବେଳେ ତା ସହିତ ତା’ର ମାମୁଁ ପୁଅ ଭାଇ ସର୍ବେଶ ମଧ୍ୟ ଥିଲା। ତେବେ ଏହି ସମସ୍ତ ଘଟଣାସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଗାଁର କିଛି ଲୋକ ଗାଁ ବାହାରେ ଥିବା ଉକ୍ତ ପରିତ୍ୟକ୍ତ କୂଅକୁ ଦେଖିଥିଲେ । କାରଣ କୂଅରୁ ଦୁର୍ଗନ୍ଧ ବାହାରିଥିଲା । ନଭେମ୍ବର ୧୮ ତାରିଖରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଗାଁ ଲୋକଙ୍କଠାରୁ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ପରେ ମୃତଦେହ ଚିହ୍ନଟ କରାଯାଇଥିଲା । ମୃତ ଯୁବତୀ ଜଣକ ହେଲେ ଇସହାକପୁର ଗାଁର କେଦାର ପ୍ରଜାପତିଙ୍କ ଝିଅଆରାଧାନା ପ୍ରଜାପତି ବୋଲି ଜଣାପଡ଼ିଥିଲା ।

ଗତ ନଭେମ୍ବର ୧୫ ତାରିଖରେ ପ୍ରିନ୍ସ ଆରଧନାକୁ ଦେଖା କରିବାକୁ ଡାକିଥିଲା। ଏହାପରେ ତାଙ୍କୁ ବାଇକ୍‌ରେ ବସାଇ ଏକ ମନ୍ଦିରକୁ ନେଇଥିଲା। ମନ୍ଦିରରେ ପୂର୍ବରୁ ହିଁ ପ୍ରିନ୍ସଙ୍କ ଜଣେ ସମ୍ପର୍କୀୟ ଅପେକ୍ଷା କରିଥିଲେ। ଏହାପରେ ଉଭୟ ପ୍ରିନ୍ସ ଓ ତାଙ୍କ ସମ୍ପର୍କୀୟ ମିଶି ପ୍ରଥମେ ଆରାଧନାଙ୍କୁ ଗଳା ଚିପି ହତ୍ୟା କରିଥିଲେ। ଏହାପରେ ଆଖୁ ବାଡକୁ ନେଇ ତାଙ୍କ ଶରୀରକୁ ଧାରୁଆ ଅସ୍ତ୍ରରେ ୬ ଖଣ୍ଡ କରି ପଲିଥିନ୍‌ରେ ବ୍ୟାଗ୍‌ରେ ପୂରାଇ କୂଅରେ ଫିଙ୍ଗି ଦେଇଥିଲେ। ତେବେ ଆରାଧନାଙ୍କ କଟା ମୁଣ୍ଡକୁ ଉଭୟ ଅଭିଯୁକ୍ତ ଆଖୁ ବାଡ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତ ପ୍ରିନ୍ସ ଯାଦବକୁ ଗିରଫ କରି କୂଅ ଭିତରୁ ଆରାଧନା ଙ୍କର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର କରିଛି I ଏହାସହିତ ଏହି ମାମଲାରେ ଜଡିତ ୫ଜଣ ମହିଳା ସହିତ ୮ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରଖିଛି । ପୋଲିସ ଅଭିଯୁକ୍ତ ପ୍ରିନ୍ସ ଯାଦବଙ୍କୁ ଗିରଫ କରିବା ସମୟରେ ସେ ପୋଲିସ ଉପରେ ଅତର୍କିତ ଆକ୍ରମଣ କରି ଖସି ଯିବାକୁ ଚେଷ୍ଟା କରିଥିଲା I ସେହି ସମୟରେ ପୋଲିସ ର ପାଲଟା ଗୁଳିଚାଳନାରେ ଅଭିଯୁକ୍ତ ଆହତ ହୋଇ ହସ୍ପିଟାଲ ରେ ଚିକିତ୍ସିତ ରହିଛି I

Comments are closed, but trackbacks and pingbacks are open.