ଶ୍ରଦ୍ଧା ହତ୍ୟାକାଣ୍ଡ : ଜାମିନ ଆବେଦନ ଫେରାଇଲା ଅଫ୍‌ତାବ୍‌

31

ନୂଆଦିଲ୍ଲୀ : ଶ୍ରଦ୍ଧା ୱାଲ୍‌କର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫ୍‌ତାବ୍ ପୁନାୱାଲା କୋର୍ଟରୁ ନିଜର ଜାମିନ ଆବେଦନ ପ୍ରତ୍ୟାହୃତ କରିନେଇଛି । ଅପ୍‌ତାବ୍ ଓ ଓକିଲଙ୍କ ମଧ୍ୟାର ସୃଷ୍ଟି ହୋଇଥିବା ଭୁଲ ବୁଝାମଣା ପରେ ଏହି ଆବେଦନ ପ୍ରତ୍ୟାହାର କରାଯାଇଛି । ଗୁରୁବାର ଓକିଲ କୋର୍ଟଙ୍କୁ କହିଥିଲେ ଭୁଲ ସୂଚନା କାରଣରୁ ଏହି ଆବେଦନ ଦାଖଲ କରାଯାଇଥିଲା । ଅନ୍ୟପକ୍ଷରେ ଅଫ୍‌ତାବ୍‌କୁ ଜାମିନ ଦିଆନଯିବା ଉଚିତ ବୋଲି କୋର୍ଟରେ ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଥିଲା । ସୂଚନାଯୋଗ୍ୟ, ଅଫ୍‌ତାବ୍‌ର ଓକିଲଙ୍କ ପକ୍ଷରୁ ଦିଲ୍ଲୀର ସାକେତ୍ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା । ଏହାପରେ ଜଷ୍ଟିସ୍ ବୃନ୍ଦା କୁମାରୀ କହିଥିଲେ, ଏହାକୁ ଅଫ୍‌ତାବ୍ ସହମତି ନମିଳିବା ପର୍ଯ୍ୟନ୍ତ ଏହା ପେଣ୍ଡିଂ ରହିବ । ଅର୍ଥାତ୍ ଜାମିନ ପାଇଁ ପ୍ରଥମେ ଅଫ୍‌ତାବ୍‌ର ସହମତି ଜରୁରୀ । କୋର୍ଟ ଅଫ୍‌ତାବ୍‌କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଜର କରିବାକୁ ଆଦେଶ ଦେବା ପରେ ତାକୁ ଡିସେମ୍ବର ୧୭ରେ ହାଜର କରାଯାଇଥିଲା । ଏହି ଅବସରରେ ସେ କୋର୍ଟଙ୍କୁ ଜଣାଇଥିଲା ଯେ ଓକିଲାତିନାମାରେ ସ୍ୱାକ୍ଷର କରିଥିଲେ ମଧ୍ୟ ତା ତରଫରୁ ଜାମିନ ଆବେଦନ କରାଯାଉଥିବା ଜାଣିନଥିଲା । ଓକିଙ୍କ ସହିତ କଥାବାର୍ତ୍ତା ପରେ ତା’ର ଜାମି ଆବଶ୍ୟକ କି ନାହିଁ ଜଣାଇବ ବୋଲି କୋର୍ଟଙ୍କୁ କହିଥିଲା । ଗୁରୁବାର ଅଫ୍‌ତାବ୍ ସହିତ ଆଲୋଚନା ପରେ ଆବେଦନ ପ୍ରତ୍ୟାହାର ପାଇଁ ଓକିଲ ନିଷ୍ପତ୍ତି ନେଇଥିଲେ ।

Comments are closed, but trackbacks and pingbacks are open.