ପ୍ରଚାର ବେଳେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ରେ ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ

18

ଯାଜପୁର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ । ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଯାଜପୁର ଜିଲ୍ଲାପାଳ । ନିର୍ବାଚନ ପାଇଁ ଦଳୀୟ ପ୍ରଚାର ବେଳେ ସେ ଶାସକ ଦଳ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ସବୁ ବନ୍ଦ ହେବ ବୋଲି ଭୋଟରଙ୍କୁ ରୋକଠୋକ୍ କହିଥିଲେ I
ସୂଚନାନୁସାରେ, ବିଂଝାରପୁର ବ୍ଲକ୍‌ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ବୁଧବାର ଦିନ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ଯଦି ଆଉ କାହାକୁ ଭୋଟ୍‌ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘରପାଇଁ ମୋତେ କହିବନି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ରୋକଠୋକ ଶୁଣାଇଥିଲେ ।
ତେବେ ଏ ସମ୍ପର୍କ ରେ କୌଣସି ଆଇନ ଉଲଂଘନ କରିନଥିବା କହିଛନ୍ତି ପ୍ରମିଳା ମଲ୍ଲିକ । ଏବଂ ପୁଣି ଥରେ ପୂର୍ବ କଥାକୁ ଦୋହରାଇଛନ୍ତି । ତାଙ୍କ ସଫେଇରେ କହିଛନ୍ତି ଯେ, ‘ଯିଏ ପ୍ରାର୍ଥୀଙ୍କୁ ଭୋଟ ନଦେବେ ଓ ଅନ୍ୟକୁ ଭୋଟ ଦେଇ, ପରେ ସମସ୍ୟା ନେଇ ତାଙ୍କ ପାଖକୁ ଆସିବେ ତାହେଲେ ସେ କାହିଁକି ଶୁଣିବେ । ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା କହିବାରେ କୌଣସି ଭୁଲ ନାହିଁ I

Leave A Reply

Your email address will not be published.