ମମତାଙ୍କୁ ପ୍ରଶଂସାରେ ପୋତି ପକାଇଲେ ଶୋଭନଦେବ

33

ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଟିଏମସି ନେତା ଶୋଭନଦେବ ଚଟୋପାଧ୍ୟାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭଗବାନଙ୍କ ସହ ତୁଳନା କରିଛନ୍ତି । କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ , କେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଜନୈତିକ ଦଳର ନେତାମାନେ ନିଜର ଦଳର ସର୍ବୋଚ୍ଚ ନେତାଙ୍କ ତୁଳନା ଭଗବାନଙ୍କ ସହ କରୁଥିବାର ଶୁଣିବାକୁ ମିଳେ ।

ଏହି କ୍ରମରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତାଙ୍କ ବାନାର୍ଜୀଙ୍କୁ ମଧ୍ୟ ଭଗବାନଙ୍କ ସହ ତୁଳନା କରିଛନ୍ତି ଦଳର ନେତା ଶୋଭନଦେବ ଚଟୋପାଧ୍ୟାୟ । ମନ୍ତ୍ରୀ କହିଛନ୍ତି ଯେ, ‘ମୁଁ ବି କିଛି ସମୟ ପାଇଁ ଚୋର ହୋଇଯାଇପାରେ । କିନ୍ତୁ ମମତା ବାନାର୍ଜୀ କେବେ ଭୁଲ ହୋଇପାରିବେ ନାହିଁ’ । ନିଜ ନିର୍ବାଚନ କ୍ଷେତ୍ର ଖରଦାରେ ଦଳୀୟ ସମ୍ମିଳନୀରେ ଭାଷଣ ଦେବା ସମୟରେ ଏଭଳି କଥା କହିଛନ୍ତି ଶୋଭନଦେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ଦିରର ପୂଜାରି ଚୋର ହୋଇପାରେ କିନ୍ତୁ ଭଗବାନ କେବେବି ଚୋର ହୋଇପାରିବେ ନାହିଁ । ତୃଣମୂଳ କଂଗ୍ରେସର ମନ୍ଦିରରେ ମମତା ବାନାର୍ଜୀ ଭଗବାନଙ୍କ ଭଳି । ଦଳର ସବୁ କର୍ମକର୍ତ୍ତା ତାଙ୍କୁ ବହୁତ ଭଲ ପାଆନ୍ତି, ସମ୍ମାନ ମଧ୍ୟ କରନ୍ତି । ପଶ୍ଚିମବଙ୍ଗକୁ ସର୍ବୋଚ୍ଚ ସ୍ଥାନକୁ ନେଇଯିବାକୁ ସେ ଅନେକ ବଳିଦାନ ଦେଇଛନ୍ତି । ଆମ ପାର୍ଟିରେ ଯଦି କେହି ଚୋର ଥାନ୍ତି ତେବେ ସେମାନଙ୍କୁ ଖୁବ ଶୀଘ୍ର କାଢି ବାହାର କରାଯିବ’ ।

Comments are closed, but trackbacks and pingbacks are open.