ସାର ର କୃତ୍ରିମ ଅଭାବ

33

ରାଜ୍ୟ ରେ ଦେଖା ଦେଇଥିବା ସାର ର କୃତ୍ରିମ ଅଭାବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦାୟୀ କରିଛନ୍ତି ବି.ଜେ.ପି. ନେତା ମାନେ, ରାଜ୍ୟ ସରକାର କେନ୍ଦ୍ର ସରକାର ଙ୍କୁ ଚିଠି ଲେଖିବା ଓ ବିଜେଡି ସାଂସଦମାନେ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟ ବିଜେପି ନେତା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟରେ ସାରର କୃତ୍ରିମ ଅଭାବ ସୃଷ୍ଟି କରି ଚାଷୀଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। କେନ୍ଦ୍ର ସରକାର ଆବଶ୍ୟକତାଠୁ ଅଧିକ ସାର ଦେଉଛନ୍ତି ବୋଲି ବିଜେପି କହିଛି। ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ଆବଶ୍ୟକ ଅନୁଯାୟୀ ସାର ମହଜୁଦ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇମାନଙ୍କୁ ବିଭ୍ରାନ୍ତି କରିବା ପାଇଁ ଏହିପରି ଚିଠି ଲେଖୁଛନ୍ତି ଏବଂ ବିଜେଡ଼ି ଦଳର ସାଂସଦମାନେ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଦେଖା କରିଛନ୍ତି। ବିଗତ ୩ ବର୍ଷର ତଥ୍ୟକୁ ବିଶ୍ଳେଷଣ କଲେ ଓଡ଼ିଶାକୁ ଧାର୍ଯ୍ୟ ଆବଂଟିତ ସାର ପରିମାଣ ଠାରୁ ଅଧିକ ସାର ଯୋଗାଇ ଦିଆଯାଇଛି I ରାଜ୍ୟ ସରକାର ସାର ର କୃତ୍ରିମ ଅଭାବ ପାଇଁ ଯେଉଁ ଅଭିଯୋଗ କେନ୍ଦ୍ର ଉପରେ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ନିଜର ଅପାରଗତାକୁ ଲୁଚାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଲଦିବାର ଆଉ ଏକ ଉଦାହରଣ ମାତ୍ର I

Leave A Reply

Your email address will not be published.