ପାରିବାରିକ ବିବାଦ ରୁ ସେବାୟତଙ୍କୁ ଗୁଳିମାଡ଼ : ପୁରୀ ଏସପି

26

ଗତକାଲି ରାତି ପୁରୀ ଏମାର ମଠ ଗୁଳିମାଡ ରେ ଯୁବ ସେବାୟତ ଙ୍କ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅଭିଯୁକ୍ତ ଚନ୍ଦନର ବାପାଙ୍କୁ ମୃତକଙ୍କ ପରିବାର ସଦସ୍ୟ ଗୋଡାଇବାରୁ ସେ ଦୌଡିପଳାଇଥିଲେ । ଏତଲାରେ ୩ ଜଣଙ୍କ ନାଁ ରହିଛି। ତେବେ ପାରିବାରିକ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଅଭିଯୁକ୍ତ ଚନ୍ଦନ ବନ୍ଧୁକ କେଉଁଠୁ ଆଣିଥିଲା ତାର ତଦନ୍ତ ଚାଲିଛି। ଏନେଇ ୫ଜଣିଆ ଟିମ ଗଠନ ହୋଇଥିବା ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି। ପରେ ଚନ୍ଦନଙ୍କ ବାପା ହତ୍ୟାକାଣ୍ଡର ଗୁମର ଖୋଲିଛନ୍ତି I

ଚନ୍ଦନଙ୍କ ବାପାଙ୍କ କହିବା ଅନୁସାରେ, ମୃତକ ସେବାୟତ ଶିବରାମଙ୍କ ଉଭଣୀଙ୍କ ସହ ଚନ୍ଦନଙ୍କ ପ୍ରେମ ସମ୍ପର୍କ ଥିଲା । ୪ ମାସ ତଳେ ଏହି କଥା ଜଣାପଡିଥିଲା । ଉଭୟ ଘରୁ ଲୁଚି ପଳାଇବାବେଳେ ଚନ୍ଦନଙ୍କ ମାଆ ଦେଖିଦେଇଥିଲେ । ସେହି ଦିନଠାରୁ ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗିରହିଥିଲା ।

ଶିବରାମଙ୍କ ପରିବାର ଲୋକ ସବୁବେଳେ ଚନ୍ଦନଙ୍କ ପରିବାରକୁ ଧମକ ଦେବା ସହ ହଇରାଣ ହରକତ କରିଆସୁଥିଲେ । ଯାହାର ଫଳସ୍ୱରୂପ ଗତକାଲିର ଗୁଳିକାଣ୍ଡ ଘଟିଥିଲା ବୋଲି ଚନ୍ଦନଙ୍କ ବାପା ଗଣମାଧ୍ୟମରେ କହିଛନ୍ତି । ଏପରିକି ଘଟଣା ପରେ ତାଙ୍କପରିବାରର ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି ଚନ୍ଦନଙ୍କ ବାପା ।

ସୂଚନାନୁସାରେ ଗତକାଲି ଗୁଳିମାଡ଼ରେ ତଳୁଛ ସାହିର ସେବାୟତ ଶିବରାମ ପାତ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ସିଂହଦ୍ଵାର, ଟାଉନ୍ ଥାନା ପୋଲିସ ସହ ଏସପି କନୱର ବିଶାଳ ସିଂ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶିବରାମ ବାଇକ ଯୋଗେ ଘରୁ ଆସୁଥିବା ସମୟରେ ଦୁର୍ବୁତ୍ତ ମାନେ ଏମାର ମଠ ନିକଟରେ ତାଙ୍କ ମୁଣ୍ଡ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।‌

Comments are closed, but trackbacks and pingbacks are open.