ଇମ୍ରାନ ଖାନଙ୍କୁ ଗୁଳିମାଡ

22

ଓ୍ବାଜିରାବାଦ :ପାକିସ୍ତାନ ପୁର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ । ଗୁଳିମାଡରେ ଆହାତ ହୋଇଛନ୍ତି ଇମ୍ରାନ ଖାନ । ଶୋଭା ଯାତ୍ରା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଛି । ରାଲିରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିବାର ସୂଚନା । ଗୁଳି ଇମ୍ରାନଙ୍କ ଗୋଡରେ ବାଜିବା ପରେ  ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓ୍ବଜିରାବାଦ ନିକଟରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି ।  ପାକିସ୍ତାନୀ ସମ୍ବାଦପତ୍ର ଜନର ରିପୋର୍ଟ ଅନୁସାରେ ଗୁଳିମାଡ଼ କରିଥିବା ଆତତାୟୀକୁ ଗିରଫ କରାଯାଇଛି । ପଂଜାବର ମୁଖ୍ୟମନ୍ତ୍ରୀ  ପରଭେଜ ଇଲାହୀ ଏହି ଘଟଣାର ତଦନ୍ତ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପରେ ଇମ୍ରାନ ଖାଁ ନିୟମିତ ଭାବେ ସେନା ଓ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାକୁ ନେଇ ପାକିସ୍ତାନରେ ବିବାଦ ବଢିବାରେ ଲାଗିଛି । ବିଶେଷକରି ସେନା ତାଙ୍କ ଉପରେ କ୍ଷୁବଧ ଥିବା କୁହାଯାଉଛି । ତେବେ ଏହି ଗୁଳିମାଡ଼ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

Comments are closed, but trackbacks and pingbacks are open.