କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ଜିଲ୍ଲା ସଭାପତି

48

ଉପ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟକା ।   ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ  ନିଜ ପଦରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ମିଶ୍ର । ସେ ତାଙ୍କ   ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଏଆଇସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି  ।

ମେ’ ୧୦ ତାରିଖ ଝାରସୁଗୁଡ଼ା ଉପ-ନିର୍ବାଚନ । ତିନି ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ଏହି ଆସନ ପାଇଁ ଦମ ଲଗାଇ ଦେଇଥିବାବେଳେ ଏବେ ଜିଲ୍ଲା କଂଗ୍ରେସ ମୁ୍ଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅବଶ୍ୟ ସେ କେବଳ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି, ଦଳର ପ୍ରାଥମିକ ସଦସ୍ୟରୁ ନୁହେଁ । ସେ ଦଳରେ ରହି କାମ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।  ତଥାପି ନର୍ବାଚନ ପୂର୍ବରୁ ତାଙ୍କର ଏପରି ଇସ୍ତଫା  ପ୍ରଦାନ ଦଳ ପାଇଁ ଏକ ଝଟକା ନିଶ୍ଚୟ । ତେବେ ଅଶୋକ କାହିଁକି ଦଳରୁ ଇସ୍ତଫା ଦେଲେ ତାହା  ସ୍ପଷ୍ଟ ହୋଇନି କିମ୍ବା ସେ  ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିନାହାନ୍ତି ।

ଅନ୍ୟପକ୍ଷେ ଏକଥା ମଧ୍ୟ ଚର୍ଚ୍ଚା ହେଉଛି, ଅଶୋକ କୁଆଡେ ଉପନିର୍ବାଚନ ପାଇଁ ଟିକେଟ ଆଶାୟୀ ଥିଲେ । ହେଲେ ଦଳ ଟିକେଟ ଦେଇଥିଲା ତରୁଣ ପାଣ୍ଡେଙ୍କୁ  । ସେଥିପାଇଁ ସେ ଅସନ୍ତୁଷ୍ଟ ଥିଲେ । ତା ଛଡା ଦଳ ତାଙ୍କୁ ଗୁରୁତ୍ୱ ଦେଉ ନ ଥିବା ଅନ୍ୟ କେହି କୁହନ୍ତି । ଏପରିକି ଆସନ୍ତା ଉପ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ଦଳ ତାଙ୍କ ମତ ନେଉନି ବା ତାଙ୍କୁ ଗୁରୁତ୍ୱ ଦେଉନି । ଯାହା ବି ହେଉ,  ଅଶୋକ ପଦ ଛାଡିବା ପରେ ଦଳ ଛାଡିବେ କି ନାହିଁ, ଯଦି ଛାଡିବେ କେଉଁ ଦଳରେ ମିଶିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

Comments are closed, but trackbacks and pingbacks are open.