ଶିବାନୀ ଦିଦିଙ୍କୁ ମିଳିଲା ଆବାସ ଗୃହ

185

ଭୁବନେଶ୍ୱର : ସାହସୀ ଶିବାନୀ ଦିଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାବାସୀ । ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ ସାହାରା ସାଜିଥିବା ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି ପୁରସ୍କୃତ । ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ମିଳିଲା ପିଏମ୍‌ ଆବାସ ଗୃହ । ଶିବାନୀଙ୍କ ଘରେ ପହଞ୍ଚି ସରକାର ବଢ଼ାଇଛନ୍ତି ସହାୟତାର ହାତ। ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ପରେ ଆଜି କେନ୍ଦ୍ରାପଡ଼ା ବିଡିଓ ନିଜେ ଯାଇ ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କ ଅର୍ଡର ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଆଶା ଦିଦି ଶିବାନୀ ମଣ୍ଡଳ ମାନବିକତା ଓ ନିସ୍ବାର୍ଥପରତାର ଉତ୍କୃଷ୍ଟ ପ୍ରଦର୍ଶନ କରି ବାତ୍ୟା ‘ଦାନା’ ସମୟରେ ପ୍ରଂଶସନୀୟ କାର୍ଯ୍ୟ କରିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ମଞ୍ଜୁର କରାଯାଇଛି ।

ସୂଚନାନୁସାରେ, କେନ୍ଦ୍ରାପଡା ରାଜନଗରର ଆଶାକର୍ମୀ ଶିବାନୀ ବାତ୍ୟା ‘ଦାନା’ ଆସିବା ପୂର୍ବରୁ ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ କ୍ୟାମ୍ପରେ ପହଞ୍ଚାଇବାରେ ଶିବାନୀ ହେଳା କରି ନଥିଲେ। ତଳିଆ ଅଞ୍ଚଳରେ ରହୁଥିବା ବୃଦ୍ଧା ଓ ଗର୍ଭବତୀଙ୍କୁ ନିଜ କାନ୍ଧରେ ବୋହି ଆଶ୍ରୟସ୍ଥଳୀରେ ପହଞ୍ଚାଇବା ପାଇଁ ଦେବଦୂତ ପାଲଟିଥିଲେ ଶିବାନୀ । ତାଙ୍କର ଏଭଳି କାର୍ଯ୍ୟ ପାଇଁ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିଥିବା ବେଳେ ତୁରନ୍ତ ଆବାସ ଘର ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପରେ ଆଜି ବିଡିଓ ନିଜେ ଶିବାନୀଙ୍କ ଘରେ ପହଞ୍ଚି ତାଙ୍କୁ ଆବାସ ଯୋଜନାର ୱାର୍କଅର୍ଡର ଦେଇଛନ୍ତି ।

Comments are closed, but trackbacks and pingbacks are open.