‘ହାତକଡ଼ି’ରେ ଜ୍ୟୋତି

31

ଆର୍ ଆର୍ ଇଭେଣ୍ଟସର ନୂଆ ଓଡ଼ିଆ ଫିଲ୍ମ ‘ହାତକଡ଼ି’ରେ ନଜର ଆସିବେ ଓଲିଉଡ୍‌ର ଲୋକପ୍ରିୟ ନାୟକ ଜ୍ୟୋତି । ତାଙ୍କ ବିପକ୍ଷରେ ଏଥିରେ ନାୟିକା ଭାବେ ନଜର ଆସିବେ ନାୟିକା ସୁପ୍ର୍ରିୟା । ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଡ. ରଜନୀ ରଞ୍ଜନ । ସେହିପରି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ଅଭିଜିତ ମଜୁମଦାର । ରହସ୍ୟ ଓ ରୋମାଞ୍ଚରେ ପରିପୂର୍ଣ୍ଣ ଏହାର କାହାଣୀ । ସେହିପରି ଡ.ରଜନୀ ରଞ୍ଜନ ଏଥିରେ ଅତିଥି ଭୂମିକାରେ ନଜର ଆସିବେ । ଅଶୋକ ଦାସ, ପିଣ୍ଟୁ ନନ୍ଦ, ପ୍ରଜ୍ଞା, ଶଙ୍କର ପ୍ରମୁଖଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ ।

Comments are closed, but trackbacks and pingbacks are open.