୧୨୮ ବର୍ଷ ବୟସରେ ବାବା ଶିବାନନ୍ଦଙ୍କ ଦେହାବସନ…

119

ବିଶିଷ୍ଟ ଯୋଗଗୁରୁ ବାବା ଶିବାନନ୍ଦଙ୍କ ବିୟୋଗ। ୧୨୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ବାରାଣସୀରେ ତାଙ୍କର ଦେହାନ୍ତ ହୋଇଛି। ଯୋଗର ପ୍ରସାର ପ୍ରଚାର ଦିଗରେ ତାଙ୍କର ବହୁତ ଅବଦାନ ଥିଲା। ସେ ଜୀବନରେ ପେଟ ଭର୍ତ୍ତି ଖାଇବା ଖାଇନଥିଲେ । ବ୍ରହ୍ମମୁହୁର୍ତ୍ତରୁ ହିଁ ଉଠି ଯାଉଥିଲେ । ସେ ଦୁର୍ଗାକୁଣ୍ଡିସ୍ଥିତ ଆଶ୍ରମର ତିନି ମହଲାରେ ରହୁଥିଲେ । ସେ ପ୍ରୟାଗରାଜ କୁମ୍ଭମେଳାରେ ନିଜର ଶିବିର ସ୍ଥାପନ କରିବା ସହ ସ୍ନାନ କରିଥିଲେ । ବର୍ତ୍ତମାନର ବାଂଲାଦେଶର ସିଲହଟରେ ୧୮୯୬ ଅଗଷ୍ଟ ୮ ତାରିଖରେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ବାବା ଶିବାନନ୍ଦ। ଅଳ୍ପ ବୟସରେ ବାପା ମାଆଙ୍କୁ ହରାଇବା ପରେ ସେ ନବଦ୍ଵୀପକୁ ଆସିଥିଲେ। ସେଠାରେ ଗୁରୁ ଓଙ୍କାରାନନ୍ଦ ଗୋସ୍ଵାମୀଙ୍କ ଆଶ୍ରମରେ ସେ ରହିବା ସହିତ ପାଠ ପଢିଥିଲେ। ଏଠାରୁ ସେ ଯୋଗ ଶିଖିଥିଲେ ଏବଂ ପରେ ଏହାର ପ୍ରଚାର ପ୍ରସାର ପାଇଁ ସେ ବହୁତ କାମ କରିଥିଲେ। କୁଷ୍ଠରୋଗୀଙ୍କ ସେବା ଦିଗରେ ବି ସେ ବହୁତ କାମ କରିଛନ୍ତି। ୨୦୨୨ରେ ତାଙ୍କୁ ପଦ୍ମଶ୍ରୀ ମିଳିଥିଲା। ୨୦୨୫ରେ ସେ ପ୍ରୟାଗରାଜରେ କୁମ୍ଭମେଳାରେ ବି ଯୋଗ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ ଦୁନିଆର ଅନେକ ସ୍ଥାନ ଭ୍ରମଣ କରିବା ପରେ ମଧ୍ୟ ତାଙ୍କୁ ଶାନ୍ତି ମିଳିନଥିଲା । ସେ କାଶୀରେ ଆସି ରହିଥିଲେ । ସିଝା ଖାଦ୍ୟ ଖାଇ କାଠ ତକିଆ ସହ ଖଟରେ ଶୋଉଥିବା ବାବା ଶିବାନନ୍ଦ ଯୋଗ ବଳରେ ୧୨୮ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ । ପିଏମ ମୋଦୀଙ୍କ ସମେତ ଦୁନିଆର ଅନେକ ଲୋକଙ୍କୁ ସେ ତାଙ୍କ ପ୍ରଶଂସକ କରିଥିଲେ । ୨୧ ମାର୍ଚ୍ଚ ୨୦୨୨ ତାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା । ସେ କେବେ ଅସୁସ୍ଥ ହୋଇନଥିଲେ । ଏହି ବୟସରେ ମଧ୍ୟ ସେ ଯୋଗ କରୁଥିଲେ ।

Comments are closed, but trackbacks and pingbacks are open.