ଏତେ ବର୍ଷ କେମିତି ବଞ୍ଚିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

31

ଏମିତି ଏକ ସମୟ ଥିଲା ଯେତେବେଳେ କାର, ଏରୋପ୍ଲେନ୍‌ର ଉବ୍ଦାବନ ହୋଇନଥିଲା । ଯେେତେବେଳେ ଲୋକମାନେ ଜିବା ଆସିବା ପାଇଁ ଘୋଡ଼ାଗାଡ଼ିର ବ୍ୟବହାର କରୁଥିଲେ । ଘରେ ଆଲୋକ ପାଇଁ ମହମବତୀ ବ୍ୟବହାର କରୁଥିଲେ, ଯିଏ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଦେଖିଥିବ । ଆଉ ଏବେ କେହି ବି ବିଶ୍ୱାସ କରି ପାରିବେନି ସେହି ସମୟର ଏକ ଝିଅ ଆଗକୁ ଯାଇ ଏକ ଇତିହାସ ସୃଷ୍ଟି କରିବ । ସିଏ ବି ମଧ୍ୟ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ ଏତେ ବର୍ଷ ବଞ୍ଚି ରେକର୍ଡ ସୃଷ୍ଟି କରିବେ । ଆମେ କହୁଛୁ ବିଶ୍ୱର ସବୁଠୁ ଅଧିକ ବର୍ଷ ବଞ୍ଚିଥିବା ବ୍ୟକ୍ତିଙ୍କ କଥା । ଆଉ ସେ ହେଉଛନ୍ତି ଜିନ୍ ଲୁଇସ୍ କେଲମେଣ୍ଟ । ୨୧ ଫେବୃୟାରୀ ୧୮୭୫ରେ ଲୁଇସ୍ ଫ୍ରାନ୍ସରେ ଜନ୍ମ ଗ୍ରହଣ କରିଥିଲେ , ଯେତେବେଳ ପ୍ୟାରିସର ଆଈଫିଲ୍ ଟ୍‌ାୱାର ଗଢ଼ାଯାଉଥିଲା ସେତେବେଳେ ଲୁଇସଙ୍କୁ ହୋଇଥିଲା ୧୪ ବର୍ଷ । ଯେତେବେଳେ ମହତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ , ସେତେବେଳେ ଲୁଇସଙ୍କୁ ହୋଇଥିଲା ୨୧ ବର୍ଷ । ଲୁଇସଙ୍କ ଠାରୁ ମହତ୍ମା ଗାନ୍ଧି ମାତ୍ର ୬ବର୍ଷ ଥିଲେ ବଡ଼ । ଆଉ ଲୁଇସ୍ ୨୧ ବର୍ଷରେ ବିବାହ କରିଥିଲେ । ସେ ନିଜ ପରିବାର ସହ ଖସିରେ ରହୁଥିବା ସମୟରେ ଆରମ୍ଭ ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧ । ସେତେବେଳେ ଲୁଇସଙ୍କୁ ହୋଇଥିଲା । ୨୯ ବର୍ଷ । ୧୯୪୨ ଆରମ୍ଭ ହୋଇଥିଲା ଦ୍‌ିତୀୟ ବିଶ୍ୱଯୁଦ୍ଧ , ଯେଉଁଥିରେ କୋଟି କୋଟି ଲୋକଙ୍କ ଯାଇଥିଲା ପ୍ରାଣ । ଆଉ ସେହି ଯୁଦ୍ଧରେ ଲୁଇସ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ । ଆଉ ସେତେବେଳେ ଲୁଇସଙ୍କୁ ହୋଇଥିଲା ୬୪ ବର୍ଷ । ୧୯୪୭ ମସିହାରେ ନେହେରୁ ପତ୍ତକା ଉତ୍ତୋଳନ କରିଥିଲେ, ଯେତେବେଳେ ବ୍ରିଟଶ ସରକାର ଠାରୁ ଭାରତ ସ୍ୱାଧୀନ ହୋଇଥିଲା । ଆଉ ଏହି ସମୟରେ ଲୁଇସଙ୍କ ବୟସ ଥିଲା ୭୨ ବର୍ଷ । ତାଙ୍କ ଜୀବନରେ ଘୋଡ଼ା ଗାଡ଼ିକୁ ଗାଡ଼ିରେ ପରିବର୍ତ୍ତନ , ମହମବତୀକୁ ବିଜୁଳିରେ ପରିବର୍ତ୍ତନ ହୋଇଥିବାର ଦେଖିଥିଲେ ସେ । ୧୯୬୯ରେ ଯେତେବେଳେ ସେ ୯୨ ବର୍ଷର ଜନ୍ମବାର୍ଷିକ ପାଳନ କରୁଥିଲେ ସେତେବେଳେ ଚନ୍ଦ୍ରରେ ମଣିଷ ପାଦ ଥାପିଥିଲା ।

୧୯୮୪ରେ ରାଜୀବ ଗାନ୍ଧି ନିର୍ବାଚନରେ ଐତିହାସିକ ବିଜୟ ଲାଭ କରିଥିଲେ ,ସେତେବେବେଳ ଲୁଇସଙ୍କୁ ହୋଇଥିଲା ୧୧୦ ବର୍ଷ । ବର୍ତ୍ତମାନ ପର୍ଯ୍ୟନ୍ତ ଲୁଇସ ଖୁସରେ ନିଜ ଘରେ ରହୁଥିଲେ । କିନ୍ତୁ ଏହା ପରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଲୁଇସ ନର୍ସିଂ ହୋମକୁ ଯାଇଥିଲେ । ଆଉ ୧୯୮୮ରେ ବିଶ୍ୱର ନଜର ଲଇସଙ୍କ ଉପରେ ପଡ଼ିଥିଲା । ପରେ ଲୁଇସଙ୍କୁ ନେଇ ଚର୍ଚ୍ଚା ସାରା ବିଶ୍ୱରେ ହେବାରେ ଲାଗିଥିଲା । ଆଉ ତାଙ୍କର ମୃତ୍ୟ ହୋଇଥିଲା ୪ ଅଗଷ୍ଟ ୧୯୯୭ରେ । ଆଉ ମୃତ୍ୟୁ ବେଳକୁ ତାଙ୍କୁ ୧୨୨ ବର୍ଷ ହୋଇଥିଲା । ଦୁନିଆର ସବୁ ରେକର୍ଡ ଭାଙ୍ଗି ଲୁଇସ ୧୨୨ ବର୍ଷ ବଞ୍ଚି ତାଙ୍କ ନାଁକୁ ଇତିହାସ କରିଥିଲେ ।

Comments are closed, but trackbacks and pingbacks are open.