ସୁଖ,ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆସନ୍ତା କାଲି ପଡୁଥିବା ‘ଷଟତିଲା’ଏକାଦଶୀ ଏକ ବିଶେଷ ଦିନ

0 26

ମାଘ ମାସର କୃଷ୍ଣ ପକ୍ଷ ଏକାଦଶୀ କୁ ‘ଷଟତିଲା’ ଏକାଦଶୀ ଉପବାସ ପାଳନ କରାଯାଏ I ଯଦିଓ ଏକାଦଶୀ ଉପବାସ ପ୍ରତି ମାସରେ ଦୁଇଥର ରଖାଯାଏ, କିନ୍ତୁ ଏହି ଏକାଦଶୀ ମଧ୍ୟରୁ କେତେକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ I ସେଥିମଧ୍ୟରୁ ‘ଷଟତିଲା’ ଏକାଦାଶି ଅନ୍ୟତମ I ଏହି ବର୍ଷ, ଆସନ୍ତାକାଲି ଅର୍ଥାତ୍ ୨୮ ଜାନୁୟାରୀ ୨୦୨୨ , ଶୁକ୍ରବାର ଦିନ ଏହି ‘ଷଟତିଲା’ଏକାଦାଶି ଉପବାସ ପାଳନ କରାଯିବ I ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଭକ୍ତିରେ ପୂଜା କରି ତିଳ ଦାନ କଲେ ଜୀବନରେ ଅପାର ସୁଖ ସମୃଦ୍ଧି ମିଳିଥାଏ I
‘ଷଟତିଲା’ ଏକାଦାଶି ପୂଜା ମୁହୂର୍ତ
‘ଷଟତିଲା’ ଏକାଦାଶି ତିଥୀ ୨୭ ଜାନୁଆରୀ ରାତି 02:16 ରୁ ଆରମ୍ଭ ହୋଇ ୨୮ ଜାନୁଆରୀ ଦିନ ୧୧ :୩୫ ରେ ଶେଷ ହେବ I ‘ଷଟତିଲା’ ଏକାଦଶୀ ପୂଜା ପାଇଁ ଶୁଭ ସମୟ ଜାନୁଆରୀ ୨୮ ତାରିଖ ସକାଳ ୦୭ :୧୧ ରୁ ୦୯ :୨୦ ପର୍ଯ୍ୟନ୍ତ ହେବ I

‘ଷଟତିଲା’ ଏକାଦାଶିରେ ବିନା ତିଳ ଦାନ ରେ ଏହି ଉପବାସ କରା ଯାଇପାରିବ ନାହିଁ I ଏଥିରେ ୬ ପ୍ରକାର ତିଳ ବା ଶସ୍ୟ ଦାନ କରିବାର ବିଧି ରହିଛି I

  1. ଶାସ୍ତ୍ର ଅନୁଯାୟୀ,’ଷଟତିଲା’ ଏକାଦଶୀ ଉପବାସ ଦିନ ବ୍ରତଧାରୀ ସକାଳୁ ଉଠି ତିଳରେ ଏକ ପ୍ରକାର ପେଷ୍ଟ ଉବଟନ ଲଗାଇ ସ୍ନାନ କରିବେ I
  2. ବ୍ରତଧାରୀ ଗାଧୋଇବା ପାଣିରେ ମଧ୍ୟ କିଛି ତିଳ ମିଶାଇ ଗାଧୋଇବା ଉଚିତ ଉଚିତ୍ I
  3. ଏକଦଶୀ ଦିନ ଭଗବାନ ବିଷ୍ଣୁଙ୍କ ପୂଜାରେ ତିଳରେ ତିଆରି ଲଡୁ ,ମିଠା ତିଆରି କରି ଭୋଗ ଦିଅନ୍ତୁ I ଉପବାସରେ ସମ୍ପୂର୍ଣ୍ଣ ଫଳହାର କରନ୍ତୁ I
  4. ଯଦି ସେଦିନ ଘରେ ହୋମ ପୂଜା ରଖିଥାନ୍ତି ତେବେ ପୂଜାରେ ତିଳ ବ୍ୟବହାର କରନ୍ତୁ I
  5. ଯଦି ସମ୍ଭବ, ଉପବାସ ଦିନ ତିଳ ତେଲ ରେ ଶରୀର ମାଲିସ କରନ୍ତୁ I ଏହାଦ୍ୱାରା ବର୍ଷସାରା ସ୍ୱାସ୍ଥ୍ୟ ଭଲ ରହିବ I
  6. ଏକାଦଶୀ ଦିନ ଦଦାନ କରିବାର ବିଧି ରହିଛି I ତେଣୁ ଏହି ,’ଷଟତିଲା’ ଏକାଦଶୀ ଦିନ ଅନ୍ୟାନ୍ୟ ଜିନିଷ ସହିତ ତିଳ ଦାନ କରନ୍ତୁ I
Leave A Reply

Your email address will not be published.