ଶର୍ମିଷ୍ଠା ରାଉତ ଗିରଫ

23

ଗିରଫ ହେଲେ ଶର୍ମିଷ୍ଠା ରାଉତ । ପ୍ରାୟ ଏକ ମାସ ଧରି ଲୁଚକାଳି ଖେଳ ପରେ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି । ଶର୍ମିଷ୍ଠା ସହିତ ତା ର ସହଯୋଗୀ ଝୁନା ରାଉତ ଙ୍କୁ ମଧ୍ୟ ଗିରଫ କରିଛି ଭଦ୍ରକ ପୋଲିସ୍ ଓ କ୍ରାଇମବ୍ରାଂଚର ମିଳିତ ଟିମ୍ Iଉଭୟଙ୍କୁ ଭଦ୍ରକର ନଳାଙ୍ଗଙ୍କ ଠାରୁ ସ୍ୱତନ୍ତ୍ର ଟିମ୍ ଗିରଫ କରିଛି ।
ଗିରଫ ପରେ ଉଭୟଙ୍କୁ ଚାନ୍ଦବାଲିର ଜେଏମଏଫସିରେ ହାଜର ହାଜର କରାଯିବ । ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଂଚ । ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଂଚ । ପୂର୍ବରୁ ଭଦ୍ରକ ପୋଲିସ୍ ଓଆଇଏସ୍ ନିରଂଜନ ସେଠୀଙ୍କୁ ଗିରଫ କରିସାରିଛି । ଗତ ଫେବୃଆରୀ ମାସ ୭ ତାରିଖରେ ମାନସଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା କରିବା ପରେ ମାନସଙ୍କୁ ନୟାଗଡ଼ର ଏକ ପାହାଡ଼ ନିକଟରେ ମାଟି ତଳେ ପୋତି ଦିଆଯାଇଥିଲା ।
ପ୍ରାୟ ମାସକ ପରେ ମାନସଙ୍କ ମୃତଦେହକୁ ଖୋଜି ବାହାର କରିଥିଲା ପୋଲିସ । ଏହା ପରେ ଘଟଣା ଧୀରେ ଧୀରେ ଖୋଲିବାରେ ଲାଗିଲା । ଏହି ହତ୍ୟାକାଣ୍ଡରେ କିଏ କିଏ ସଂପୃକ୍ତି ଅଛନ୍ତି, ତାକୁ ନେଇ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ତାହା ପରେ ଜଣାପଡ଼ିବ । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୨ଟି ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା । ୯ ଜଣ ସଦସ୍ୟଙ୍କୁ ନେଇ ୨ଟି ଦଳ ଗଠନ କରାଯାଇଥିବା ବେଳେ ୫ ଜଣିଆ ଦଳ ହତ୍ୟା ମାମଲାର ତଦନ୍ତ କରୁଥିଲେ । ଗତକାଲି ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମ କୁ ଯାଇ ତଦନ୍ତ ସାରିଥିଲା ଇ ସେଠାରେ ମାନସ ହତ୍ୟା ରେ ବ୍ୟବହୃତ ହୋଇଥିବା କାଠ ଫାଳିଆକୁ କ୍ରାଇମବ୍ରାଞ୍ଚ ଜବତ କରିଥିଲା I ଏହି ହତ୍ୟା ଘଟଣାରେ ବହୁ ବଡ଼ ବଡିଆଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଶର୍ମିଷ୍ଠା ପାଖରୁ ଘଟଣା ର କଣ ସତ୍ୟାସତ୍ୟ ବାହାରିବ ଦେଖିବାକୁ ବାକି ରହିଲା I

Comments are closed, but trackbacks and pingbacks are open.