ସେୟାର ବଜାରର ବିଗବୁଲ୍ ରାକେଶ ଝୁନ୍‌ଝୁନ୍‌ୱାଲା ଙ୍କ ୬୨ ବର୍ଷ ବୟସରେ ଦେହାନ୍ତ

21

ସେୟାର ବଜାରର ବିଗବୁଲ ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷ ବୟସରେ ପରଲୋକ । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ତାଙ୍କୁ ଭାରତର ‘ୱାରେନ୍ ବଫେଟ୍’ କୁହାଯାଉଥିଲା।
ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସେ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ ଏବଂ ଗତ କିଛି ଦିନ ତଳେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । କିନ୍ତୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ପୁଣିଥରେତେବେ ଆଜି ସକାଳ ୬ଟା ୪୫ ମିନିଟ୍ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଝୁନଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି ।ତାଙ୍କର ହଠାତ୍ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ନିକଟରେ ସେ ତାଙ୍କର ବିମାନ ସେବା ‘ଆକାଶ ଏୟାର’ ଆରମ୍ଭ କରି ଥିଲେ ଏହା ୭ ଅଗଷ୍ଟରୁ ହିଁ ଚାଲୁ ହୋଇଥିଲା I
ରାକେଶ ଝୁନଝୁନୱାଲା ଏକଦା ଷ୍ଟକ୍ ମାର୍କେଟରେ ଧାରକ ଥିଲେ I ୧୯୯୨ ରେ ହର୍ଷଦ ମେହେଟ୍ଟା ଘୋଟଲା ର ଖୁଲାସା ହେବା ପରେ ସେ ମାତ୍ର ୫ ହଜାର ଟଙ୍କାରୁ ଆରମ୍ଭ କରିଥିବା ରାକେଶଙ୍କର ଏବେ ୪୦ ହଜାର କୋଟି ଟଙ୍କାର ସମ୍ପତ୍ତି । ଏପରିକି ଯେତେବେଳେ କ୍ଷତି ଭୟରେ ସେୟାର ବଜାରରେ ଲୋକେ ଟଙ୍କା ନିବେଶ କରିବାକୁ ଡରିଥାନ୍ତି ସେତେବେଳେ ରାକେଶ ସେୟାର ବଜାରରୁ ହିଁ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ।ରାକେଶ ଝୁନଝୁନୱାଲା ତାଙ୍କ କଲେଜ ଦିନରୁ ଷ୍ଟକ୍ ମାର୍କେଟରେ ପ୍ରବେଶ କରିଥିଲେ I ଫୋର୍ବସ୍ ଅନୁଯାୟୀ, ରାକେଶ ଝୁନଝୁନୱାଲା ଙ୍କ ଆକଳନ ସମ୍ପତ୍ତି ର ମୂଲ୍ୟ ୫ .୮ ବିଲିୟନ ଡ଼ଲାର ରହିଛି I

Comments are closed, but trackbacks and pingbacks are open.