ଏକାଠି ହେବେ ଶରଦ ମୋଦୀ!

29

ଏନସିପି ସହ ମେଣ୍ଟ କରିବ ବିଜେପି ! ଆପ୍ ଉପରେ ବର୍ଷିଲେ ପାୱାର ! ମୋଦୀଙ୍କ ଡିଗ୍ରୀ ପ୍ରସଙ୍ଗକୁ ଅନାବ୍ୟଶ କହିଲେ ପାୱାର ! ବଦଳୁଛି ରାଜନୈତିକ ସମ୍ମୀକରଣ । ୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରୋଚକ ହେଉଛି ରାଜନୀତି । ବଦଳୁଛି କି ଏନସିପିର ଆଭିମୁଖ୍ୟ ? ଆଦାନୀ ଓ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ନେଇ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି ବିରୋଧୀ ଦଳର ନେତା । ଏହି ସମୟରେ ଶରଦ ପାୱାର ନରମୀ ଯିବା ଅନ୍ୟ ଏକ ଦିଗକୁ ଇସାରା କରୁଛି । ତେବେ ଅନ୍ୟପଟରେ ଶରଦଙ୍କ ଆଭିମୁଖ୍ୟ ବଦଳିଲା ଭଳି ଜଣାପଡିଛି । ପାୱାର କହିଛନ୍ତି, ହିଣ୍ଡେନବର୍ଗ ରିପୋର୍ଟ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ତଦନ୍ତ ହେଉଛି । ଏପରି ସ୍ଥିତିରେ ଜେପିସି ତଦନ୍ତର ଆବଶ୍ୟକ ନାହିଁ ।

ସେହିପରି ମୋଦୀଙ୍କ ଡିଗ୍ରୀ ପ୍ରସଙ୍ଗ ଉଠାଇବା ଅନାବଶ୍ୟକ ବୋଲି ସେ କହିଛନ୍ତି । ଏହାର କୌଣସି ମୂଲ୍ୟ ନାହିଁ । ଆହୁରି ଅନେକ ପ୍ରସଙ୍ଗ ରହିଛି ତାହା ଉଠିବା ଦରକାର ବୋଲି ସେ କହିଛନ୍ତି । ଆପ୍ ଡିଗ୍ରୀ ଦେଖାଅ ଅଭିଯାନ ଆରମ୍ଭ କରି ବିଜେପି ନେତା ଓ ମୋଦୀଙ୍କୁ ଘେରିବାକୁ ଚେଷ୍ଟା କରିଛି । ଏହି ସମୟରେ ଶରଦ ପାୱାରଙ୍କ ଭଳି ନେତା ଏହାକୁ ଅନାବଶ୍ୟକ ବୋଲି କହିଛନ୍ତି । ଏହାବାଦ ଇଭିଏମକୁ ନେଇ ବିରୋଧୀ ନିକଟରେ ବୈଠକ କରିଥିଲେ । ଆଉ ଇଭିଏମ୍ ହ୍ୟାକ କରାଯାଇ ବିଜେପି ନିର୍ବାଚନ ଜିତୁଛି ବୋଲି ବିରୋଧୀ ଦାବି କରିଛନ୍ତି । ଏହାକୁ ନେଇ ବସିଥିବା ବୈଠକରେ ନିଜେ ଶରଦ ପାୱାର ମଧ୍ୟ ଥିଲେ । ଏବେ କିନ୍ତୁ ମହାରାଷ୍ଟ୍ରର ବିରୋଧୀ ଦଳ ନେତା ଅଜିତ ପାୱାର କହିଛନ୍ତି, ଇଭିଏମରେ କୌଣସି ତ୍ରୁଟି ନାହିଁ । ଜଣେ ବ୍ୟକ୍ତି ପାଇଁ ଇଭିଏମକୁ ହ୍ୟାକ କରିହେବ ନାହିଁ ।

ଯଦି ଇଭିଏମରେ ତ୍ରୁଟିଥାନ୍ତା ତାହେଲେ ଅନ୍ୟ ରାଜ୍ୟରେ କଂଗ୍ରେସ ଏବଂ ଅନ୍ୟ ଦଳ କିଭଳି ସରକାର ଗଢିଲେ ବୋଲି ଅଜିତ ପ୍ରଶ୍ନ କରିଛନ୍ତି । ମହାରାଷ୍ଟ୍ର ହେଉ ଅବା କେନ୍ଦ୍ରରେ ଏନସିିପି ଓ କଂଗ୍ରେସ ବିରୋଧୀ ଦଳରେ ରହିଛନ୍ତି । ଏପରି ସ୍ଥିତିରେ ପାୱାରଙ୍କ ଆଭିମୁଖ୍ୟ ବିଜେପି ଓ ମୋଦୀଙ୍କ ପ୍ରତି ବଦଳିବାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

Comments are closed, but trackbacks and pingbacks are open.